ସମ୍ବଲପୁର,୩୦/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ସାପ୍ତାହିକ ପାଠଚକ୍ର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଡ. ଆର୍. ପୁଷ୍ପାଞ୍ଜଳି ‘ସାଂପ୍ରତିକ ସମୟରେ ରେବତୀ ଗଳ୍ପର ପ୍ରାସଙ୍ଗିକତା’ ଶୀର୍ଷକରେ ସଂକ୍ଷିପ୍ତ ଆଲୋଚନା କରିଥିଲେ।ପାଠଚକ୍ରରେ ଶେଷ ବର୍ଷର ମୋନାଲିସା ବିଶ୍ୱାଳ, ଦ୍ୱିତୀୟ ବର୍ଷର ରୋଜାଲି ପ୍ରଧାନ ଓ ପ୍ରଥମ ବର୍ଷର ରାହୁଲ ବାଦୀ ପ୍ରବନ୍ଧ ପାଠ କରିଥିଲେ। ପାଠଚକ୍ର ସମ୍ପାଦିକା ଝୁମା ମାଝୀ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ସହ-ସମ୍ପାଦିକା ଜ୍ୟୋତ୍ସ୍ନାମୟୀ ନାଏକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିଖା ବିଶି ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗର ଶେଷ, ଦ୍ୱିତୀୟ ଓ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ପାଠଚକ୍ରରେ ଉପସ୍ଥିତ ଥିଲେ

