ରାଉରକେଲା:31//10,(ଉତ୍କଳ ସମାଚାର)ରାଉରକେଲା ମ୍ୟୁନିସିପାଲ କଲେଜ ପରିସରରେ ଏକ ମାନସିକ ସ୍ୱାସ୍ଥ୍ୟ ସଚେତନତା କର୍ମଶାଳା କଲେଜର ଅଧ୍ୟକ୍ଷ ହରିହର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପିକା ଦିବ୍ୟଶାନ୍ତି ବିଲୁଙ୍ଗ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ନିର୍ବାଣ ନିଶା ନିବାରଣ କେନ୍ଦ୍ରର ପରିଚାଳନା ନିର୍ଦ୍ଦେଶକ ବିବେକ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ, ମାନସିକ ଚାପ, ଚିନ୍ତା ଏବଂ ଏହାର ନିରାକରଣ ସମ୍ପର୍କରେ ସଚେତନ କରାଇଥିଲେ।ସେ ଛାତ୍ରଛାତ୍ରୀମାନଙ୍କୁ ମାନସିକ ସମସ୍ୟାକୁ ଲୁଚାଇ ନ ରଖି ଆବଶ୍ୟକ ସମୟରେ ପରିବାର, ଶିକ୍ଷକ ଓ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବାକୁ ପରାମର୍ଶ ଦେଇଥିଲେ।କର୍ମଶାଳାରେ ଇଂରାଜୀ ବିଭାଗର ଅଧ୍ୟାପିକା ଚନ୍ଦ୍ରଲେଖା ପଣ୍ଡା ଉପସ୍ଥିତ ଥିବାବେଳେ ଜୁଲୋଜି ବିଭାଗର ଲାବ୍ ଆସିଷ୍ଟାଣ୍ଟ ଅଜିତ କୁମାର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କଲେଜର ଯୁକ୍ତ ୩ ଶ୍ରେଣୀର ବହୁ ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଯୋଗଦେଇ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଉପାଦେୟ ତଥ୍ୟ ହାସଲ କରିଥିଲେ।ଏଭଳି ସଚେତନତା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନସିକ ସୁସ୍ଥତା ଓ ସକାରାତ୍ମକ ଚିନ୍ତାଧାରା ବିକାଶରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।

