ରାଉରକେଲା:1//11,(ଉତ୍କଳ ସମାଚାର)ଏକ ଗୁରୁତ୍ୱପୂର୍ଣ୍ଣ ଦୁର୍ନୀତି ବିରୋଧୀ ଘଟଣାକ୍ରମରେ ଟିପିଡବ୍ଲୁଓଡିଏଲ୍ ରାଉରକେଲା ସର୍କଲର ସହାୟକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଚିତ୍ତରଞ୍ଜନ ବେହୁରା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜି ଜେଲ ଯାଇଛନ୍ତି। ସୂଚନା ଅନୁସାରେ ଆଜି ଅର୍ଥାତ୍ ୨୦୨୬ ଅକ୍ଟୋବର ୩୧ ତାରିଖରେ ଟିପିଡବ୍ଲୁଓଡିଏଲ୍ ରାଉରକେଲା ସର୍କଲର ସହାୟକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତଥା ସୁବର୍ଣ୍ଣପୁର ବିନିକା ବିଦ୍ୟୁତ ବିଭାଗର ଜୁନିୟର ଇଞ୍ଜିନିୟର (JE) ଚିତ୍ତରଞ୍ଜନ ବେହୁରା ଓଡ଼ିଶା ଭିଜିଲାନ୍ସ ଦ୍ୱାରା “ଜଳାନିଧି ଯୋଜନା” ଅନ୍ତର୍ଗତ ଜଣେ ହିତାଧିକାରୀଙ୍କ ଠାରୁ ତାଙ୍କ ଚାଷ ଜମିରେ ସ୍ଥାପିତ ମୋଟର ପମ୍ପକୁ ବିଦ୍ୟୁତ ଯୋଗାଣ ଏବଂ ନିୟମିତ ବିଦ୍ୟୁତ ବିଲ୍ ଯୋଗାଇବା ପାଇଁ ୮,୦୦୦ (ଆଠ ହଜାର)ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡିଶା ଭିଜିଲାନ୍ସ ଦ୍ବାରା ଧରାପଡିଥିଲେ। ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୁଦ୍ଧରେ ଲାଞ୍ଚ ଦାବି କରିବା ଏବଂ ନେବା ପାଇଁ ଧାରା ୧୩(୨) r/w ୧୩(୧)(ଡି)/୭ ପିସି ଆଇନ ବଳରେ ୧୯୮୮ରେ ଚାର୍ଜସିଟ୍ କରାଯାଇଥିଲା। ବଲାଙ୍ଗୀର ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଶ୍ରୀ ବେହୁରା ଦୋଷୀ ସାବ୍ୟସ୍ତ ହୋଇ ୪ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ଜରିମାନା ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଏହା ବ୍ୟତୀତ, ଦୋଷୀ ସାବ୍ୟସ୍ତ ହୋଇଥିବା ସୁବର୍ଣ୍ଣପୁର ବିନିକା ବିଦ୍ୟୁତ ବିଭାଗର ପୂର୍ବତନ ଜେଇ ତଥା ଟିପିଡବ୍ଲୁଓଡିଏଲ୍ ରାଉରକେଲା ସର୍କଲ କାର୍ଯ୍ଯାଳୟର ସହାୟକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଚିତ୍ତରଞ୍ଜନ ବେହୁରାଙ୍କୁ ତାଙ୍କ ସଜା ପୂରଣ କରିବା ପାଇଁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଓଡିଶା ଭିଜିଲାନ୍ସ ପକ୍ଷରୁ ଟିପିଡବ୍ଲୁଓଡିଏଲ୍ ରାଉରକେଲା ସର୍କଲର ସହାୟକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଚିତ୍ତରଞ୍ଜନ ବେହୁରାଙ୍କୁ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରିବ ବୋଲି ସୂଚନା ଦିଆଯାଇଛି ।
