ରାଉରକେଲା:1//11,(ଉତ୍କଳ ସମାଚାର) ମାନବ ସେବା ଓ ସାମାଜିକ ଦାୟିତ୍ୱବୋଧର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରି ରୋହିତ ଗର୍ଗ ଏବଂ ଅମୃତ ଅଗ୍ରୱାଲ ଜଣେ ଜରୁରୀ ରୋଗୀଙ୍କ ପାଇଁ ବିରଳ A2B ନେଗେଟିଭ୍ ରକ୍ତର ବ୍ୟବସ୍ଥା କରିବାରେ ସଫଳ ହୋଇଛନ୍ତି।ସୂଚନା ଅନୁଯାୟୀ, ଗତକାଲି ରୋହିତ ଗର୍ଗଙ୍କୁ ଜଣେ ରୋଗୀଙ୍କ ପାଇଁ A2B ନେଗେଟିଭ୍ ରକ୍ତର ଜରୁରୀ ଆବଶ୍ୟକତା ନେଇ ଫୋନ୍ ଆସିଥିଲା। ଏହି ରକ୍ତ ଗ୍ରୁପ୍ ଅତ୍ୟନ୍ତ ବିରଳ ହୋଇଥିବାରୁ ରକ୍ତଦାତା ଖୋଜିବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ତଥାପି ନିରନ୍ତର ପ୍ରୟାସ, ଯୋଗାଯୋଗ ଓ ସହଯୋଗ ମାଧ୍ୟମରେ ଆଜି ରକ୍ତଦାତାଙ୍କ ବ୍ୟବସ୍ଥା କରାଯାଇ ରକ୍ତଦାନ ସମ୍ପନ୍ନ ହୋଇଛି।ଏହି ମହତ୍ କାର୍ଯ୍ୟରେ ବାମରା ନିବାସୀ ଜେ. ହାସନଙ୍କ ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ। ସେ ଆଜି ସକାଳେ ବସ୍ ଯୋଗେ ବାମରାରୁ ରାଉରକେଲା ଆସି ଜଣେ ଆବଶ୍ୟକତାପୂର୍ଣ୍ଣ ରୋଗୀଙ୍କ ପାଇଁ ରକ୍ତଦାନ କରିଥିଲେ। ତାଙ୍କର ଏହି ନିଃସ୍ୱାର୍ଥପର ସେବା ମନୋଭାବ ମାନବିକତାର ଏକ ଉଜ୍ଜ୍ୱଳ ଉଦାହରଣ।ଏହି ଅବସରରେ ରୋହିତ ଗର୍ଗ ଓ ଅମୃତ ଅଗ୍ରୱାଲ ରକ୍ତଦାତା ଜେ. ହାସନ ଏବଂ ଏହି ମହତ୍ କାର୍ଯ୍ୟରେ ସହଯୋଗ କରିଥିବା ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି।ସେମାନେ ରାଉରକେଲାର ସମସ୍ତ ନାଗରିକଙ୍କୁ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିବା ସହ ଆବଶ୍ୟକ ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି।ରୋହିତ ଗର୍ଗ କହିଛନ୍ତି ଯେ, ରକ୍ତର ଅଭାବ ଯୋଗୁଁ ଯେପରି କୌଣସି ମୂଲ୍ୟବାନ ଜୀବନ ନ ହାରେ, ତାହା ହିଁ ଆମର ମୁଖ୍ୟ ଲକ୍ଷ୍ୟ। ମାନବ ସେବା ହିଁ ଶ୍ରେଷ୍ଠ ସେବା ଏବଂ ଏହି ମହତ୍ କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ।

