ରାଉରକେଲା ୨/୧୧,(ଉତ୍କଳ ସମାଚାର) କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ଫର୍ଟିଲାଇଜର ଟାଉନସିପ୍ ସେକ୍ଟର-୨୨ ବୋଇତବନ୍ଦାଣ ପଡ଼ିଆରେ ଲକ୍ଷ୍ମୀମେଳଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଇସ୍ପାତ ସହରର ସେକ୍ଟର ଅଞ୍ଚଳର ଫର୍ଟିଲାଇଜର ଏବଂ ଆଖପାଖ ଅଞ୍ଚଳରୁ ୧୪ଟି ମେଢ଼ ବୋଇତ ବନ୍ଦାଣ ପଡ଼ିଆରେ ପହଞ୍ଚିବା ପରେ ଆତସବାଜି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ମେଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଉତ୍ସବକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଆରଏସପି ସ୍ବୀକୃତିପ୍ରାପ୍ତ ୟୁନିୟନ ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରା ଏବଂ ସହର ସେବା ବିଭାଗ ଏଜିଏମ କ୍ଷୀରୋଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଲକ୍ଷ୍ମୀ ପୂଜା ମେଳଣ ଉପଲକ୍ଷେ ଭଜନ କୈବଲ୍ୟ ପସରା ପକ୍ଷରୁ ଗୀତିକାର ରାଜ କିଶୋର ଜେନା, ପ୍ରତାପ ପାଢ଼ୀ, ସବିତା ମିଶ୍ର, ସ୍ବର୍ଣ୍ଣ ମହାନ୍ତ, ଗାୟତ୍ରୀ ଲେଙ୍କା, ଝିଲିମା ମହାନ୍ତି ଓ ବାଦ୍ୟଯନ୍ତ୍ରରେ ଅଧୀର ସ୍ବାଇଁ, ସୁବ୍ରତ ନାୟକ, ରମେଶ ଠିକ୍ରା, କମଳ ପାତ୍ର ଭଜନ ସନ୍ଧ୍ୟା ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଝିଲିମା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ | ଶାନ୍ତି ଶୃଙ୍ଖଳା ସହ ମେଢ଼ ଆଣିଥିବା ପୂଜା କମିଟିଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ପ୍ରଥମ ପୁରସ୍କାର ପାଇଥିଲେ କୋଏଲନଗର ଡି’ ବ୍ଳକ, ସେହିପରି ଦ୍ବିତୀୟ ପୁରସ୍କାର ହାସଲ କରିଥିଲେ ଲକ୍ଷ୍ମୀ ସାହି ଏବିସି କଲୋନୀ ଏବଂ ତୃତୀୟ ପୁରସ୍କାର ପାଇଥିଲେ ଭଞ୍ଜ କଲୋନୀ ପୂଜା କମିଟି। ଉତ୍ସବ ପରିଚାଳନାରେ କମିଟିର ସାଧାରଣ ସମ୍ପାଦକ ବୀରେନ୍ଦ୍ର ନାରାୟଣ ସ୍ବାଇଁ, କୋଷାଧ୍ୟକ୍ଷ ବିଶ୍ଵନାଥ ଦେ, ଉପସଭାପତି ଦିଲୀପ ଜେନା ଓ ଶ୍ରୀକାନ୍ତ ରଏ, ଯୁଗ୍ମ ସମ୍ପାଦକ ପଙ୍କଜ ସାମଲ, ପ୍ରଦୀପ ଦାସ, ପ୍ରକାଶ ଧଳ, କାର୍ଯ୍ୟକାରୀ ସଦସ୍ୟ ପଙ୍କଜ ପାଢ଼ୀ, କାଳିଚରଣ ବିଶ୍ଵାଳ, ରାହୁଲ ରାଏ, ନିହାର ସାମନ୍ତରାୟ, ପରୀକ୍ଷିତ ସାଗର, ପୁରୁଷୋତ୍ତମ ପାତ୍ର, ଅନୀଲ ମଲ୍ଲିକ, ନାରାୟଣ ମହାନ୍ତି, ପ୍ରଦୀପ ଦାସ, କାକୁନି ମଲିକ, କମ୍ୟୁନିଷ୍ଟ ଗୌଡ଼, କାର୍ତ୍ତିକ ଖଣ୍ଡୁଆଳ, ଶ୍ରୀଚରଣ ସାମଲ, ଘନଶ୍ୟାମ ପ୍ରଧାନ, ରମାକାନ୍ତ ଜେନା ପ୍ରମୁଖ ସହଯୋଗ କରିଥିଲେ


