ପାପଡାହାଣ୍ଡି ତା 2/11/26(ଉତ୍କଳ ସମାଚାର)ରିଖରେ ପାପଡାହାଣ୍ଡି ସମ୍ମିଳନୀ କକ୍ଷ ଠାରେ ବାତ୍ୟା ମୁରାସୁ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଶେଷକରି 2ତାରିଖ ରୁ ବର୍ଷା ଆରମ୍ଭ ହୋଇ 3,ଓ 4ତାରିଖ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବବୋଲି ପାଣିପାଗ ପକ୍ଷରୁ ଆକଳନ କରାଯାଇଛି l ଏହା ବିଶେଷକରି ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲା ପ୍ରବଳ ବର୍ଷା ଓ ପବନ ର ସମ୍ଭାବନା ରହିଛି l ଜନସାଧାରଣଙ୍କ ସୁରକ୍ଷା ଓ ଧନଜୀବନ ସୁରକ୍ଷାକୁ ପ୍ରାଥମିକତା ଦେଇ ବ୍ଲକ ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଓ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ଗୋଷ୍ଠୀ ଉର୍ନୟନ ଅଧିକରୀ ଶ୍ରୀ କପିଲଦେବ ସାହୁ ନେତୃତ୍ୱ ରେ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ସି ଡି ପି ଓ ଶ୍ରୀମତୀ ସୁର୍ଣ୍ଣପ୍ରଭା ଦାସ, ପାପଡାହାଣ୍ଡି ମେଡିକାଲ ଭାରପ୍ରାପ୍ତ ଅଧିକାରୀ ଡ଼କ୍ଟର ଶ୍ରୀମତୀ ମଧୁସ୍ମିତା ମହାନ୍ତି ଓ ପାପଡାହାଣ୍ଡି ସରପଞ୍ଚ ଶ୍ରୀ ଚନ୍ଦ୍ରଶେଖର ମାଝୀ ମଞ୍ଚାସିନ ଥିଲେ l ବିଡିଓ ନଦୀତଟଗ୍ରାମ ଗୁଡିକ ଉପରେ ବିଶେଷ ଧ୍ୟାନ ଦେବାକୁ କହିଥିଲେ l ସେହିପରି ରାସ୍ତା ନଥିବା ଗ୍ରାମଗୁଡିକରୁ ପ୍ରସୁତି ପାଇଁ ଥିବା ମାଆ ମାନଙ୍କୁ ମାଆ ଗୃହ କୁ ଆଣିବାକୁ କହିଥିଲେ l ରିଲିଫ ପାଇଁ ବିସ୍କୁଟ,ଚୂଡ଼ା ଚାଉଳl ମହଜୁଦ ରଖିବା ପାଇଁ କହିଲେ l ଏହି ବୈଠକ ରେ ପଶୁ ଚିକିତ୍ସା ଅଧିକାରୀ ଡ଼କ୍ଟର ଶ୍ରୀ ଅନିନିଧ୍ୟ ଜେନା, ବି ଏସ ଏସ ଓ ଶ୍ରୀ ସୁବ୍ରତ କିସାନ, ବିପିସି ପେସା ଶ୍ରୀ ଗିରିଜା ପ୍ରସାଦ ଦଳେଇ, ଅତିରିକ୍ତ ଶ୍ରମ ଅଧିକାରୀ ଶ୍ରୀ ସଂଗ୍ରାମ ଭୂମିଆ ଆ ସି ଡି ଏସସୁପରଭାଇଜର ଶ୍ରୀମତୀ ଚନ୍ଦନା ମହାରଣା, ବିଭିନ୍ନ ପଂଚାୟତର ପି ଓ ଓ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ

