ରାଉରକେଲା ୨/୧୧,(ଉତ୍କଳ ସମାଚାର) ଦେଶୀ ପିସ୍ତଲ ଏବଂ ଭୁଜାଲି ନେଇ ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ରାଉରକେଲା ପୋଲିସ୍ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବାସନ୍ତୀ କଲୋନୀରେ ଗାଡି ଯାଞ୍ଚ ସମୟରେ ବିନା ପଞ୍ଜିକରଣ ପ୍ଲେଟ୍ ମୋଟରସାଇକେଲ ସହିତ ନକଲି ନମ୍ବର ପ୍ଲେଟ୍, ଅସ୍ତ୍ରଶସ୍ତ୍ର ଏବଂ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ସୂଚନା ଅନୁସାରେ, ଉଦିତନଗର ପୋଲିସ ରବିବାର ଦିନ ରାଉରକେଲାର ବାସନ୍ତୀ କଲୋନୀରେ ଥିବା ଏସ.କେ. ଡିଏଭି ପଲିଟେକ୍ନିକ୍ କଲେଜ ନିକଟରେ ମୋଟର ଯାନ (ଏମଭି) ଯାଞ୍ଚ କରୁଥିବା ସମୟରେ ଏକ ବିନା ନମ୍ବର ପ୍ଲେଟ୍ ମୋଟରସାଇକେଲରେ ଦୁଇଜଣ ଅଭିଯୁକ୍ତ ପଳାଇବାକୁ ଚେଷ୍ଟା କରୁଥିବା ବେଳେ, ପୋଲିସ୍ ଦୁଇଜଣଙ୍କୁ ଗିରଫ କରିଥିଲେ। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ, ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ଓରାମପଡ଼ାର ବାସିନ୍ଦା ଗୁଲଜାର ସିଂହ (୩୭) ଏବଂ ରାଉରକେଲା ବାସନ୍ତୀ କଲୋନୀ ଆମ୍ବେଦକର ନଗରର ବାସିନ୍ଦା ରାହୁଲ ସିଂହ (୨୪) ବୋଲି ଚିହ୍ନଟ କରାଯାଇଛି। ପୁଲିସର ସୂଚନା ଅନୁସାରେ, ବିନା ନମ୍ବର ପ୍ଲେଟ୍ ଥିବା ବଜାଜ୍ ପଲସର-NS 160 ମୋଟର ସାଇକେଲରେ ଦୁଇ ଜଣ ଅଭିଯୁକ୍ତ ଯାଉଥିବା ବେଳେ, ପୋଲିସ୍ ପକ୍ଷରୁ ସେ ଦୁଇ ଜଣଙ୍କୁ ଅଟକାଯାଇଥିଲା। ଅଟକିବାକୁ ଇଙ୍ଗିତ କରିବା ପରେ ସେମାନେ ଖସିଯିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା। ଯାହା ପରେ ପୋଲିସ ସେମାନଙ୍କୁ ଧରି ତଲାସୀ ଚଳାଇଥିଲା।ସୀ ସମୟରେ, ପୋଲିସ ଗୋଟିଏ ଦେଶୀ ନିର୍ମିତ ସିଙ୍ଗଲ-ବ୍ୟାରେଲ୍ ପିସ୍ତଲ, ଗୋଟିଏ ଗୋର୍ଖା ଛୁରୀ (ଭୁଜାଲି), ଝାଡ଼ଖଣ୍ଡ ପଞ୍ଜିକରଣ ନମ୍ବର-JH-01GW-4429 ଏବଂ ମଧ୍ୟ ପ୍ରଦେଶ ପଞ୍ଜିକରଣ ନମ୍ବର-MP-34ZA-4868 ଥିବା ଦୁଇଟି ସନ୍ଦେହଜନକ ପଞ୍ଜିକୃତ ନମ୍ବର ପ୍ଲେଟ୍, ଦୁଇଟି ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତଙ୍କ ନିକଟରୁ ଜବତ୍ ହୋଇଥିବା ଜିନିଷଗୁଡ଼ିକ ମଧ୍ୟରେ ବିନା ପଞ୍ଜିକରଣ ନମ୍ବର ପ୍ଲେଟ୍, ଗୋଟିଏ ବଜାଜ୍ ପଲସର୍ NS-160 ମୋଟରସାଇକେଲ୍, ଗୋଟିଏ ଦେଶୀ ନିର୍ମିତ ସିଙ୍ଗଲ-ବ୍ୟାରେଲ୍ ପିସ୍ତଲ, ଗୋଟିଏ ଗୋର୍ଖା ଛୁରୀ(ଭୁଜାଲି) ଯାହାର ଲମ୍ବ 40.5 ସେମି, ପଞ୍ଜିକୃତ JH-01GW-4429 ଏବଂ MP-34ZA-4868 ନମ୍ବର ଥିବା ସନ୍ଦେହଜନକ ନମ୍ବର ପ୍ଲେଟ୍, ଗୋଟିଏ Redmi A4 5G ମୋବାଇଲ୍ ଫୋନ୍, ଏ OPPO A6x 5G ମୋବାଇଲ୍ ଫୋନ୍, ଦୁଇଟି କଳା ବ୍ୟାଗ୍ ଯେଉଁଥିରେ ଗୋଟିଏ (ଫ୍ୟାନ୍ସି) ଏବଂ ଅନ୍ୟଟି (ପ୍ରାଓରିଟି) ଲେଖାଥିବା ବ୍ୟାଗ। ତଦନ୍ତ ସମୟରେ, ପୋଲିସ ଜାଣିବାକୁ ପାଇଛି ଯେ, ଅଭିଯୁକ୍ତମାନେ ଧନତେରସ ପର୍ବ ସମୟରେ ରାଉରକେଲା ସହରର ଏକ ଅଳଙ୍କାର ଦୋକାନରୁ ଡକାୟତି କରିବାକୁ ଯୋଜନା କରିଥିଲେ। ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପରେ ସେମାନଙ୍କର ସମ୍ପୃକ୍ତି ଜାଣିବା ଏବଂ ଜବତ ଅସ୍ତ୍ରଶସ୍ତ୍ର ଏବଂ ସନ୍ଦିଗ୍ଧ ପଞ୍ଜିକରଣ ପ୍ଲେଟର ଉତ୍ସ ଜାଣିବା ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

