ରାଉରକେଲା:2//11,(ଉତ୍କଳ ସମାଚାର)ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାରର ସେକ୍ଟର – ୧୪, ଲକ୍ଷ୍ମୀ ନାରାୟଣ ମନ୍ଦିରସ୍ଥିତ ପତାଞ୍ଜଳି ଯୋଗ କେନ୍ଦ୍ରର ୨୦ତମ ବାର୍ଷିକ ଉତ୍ସବ କେନ୍ଦ୍ରର ବରିଷ୍ଠ ଯୋଗ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂଗଠନର ସହ ରାଜ୍ୟ ପ୍ରଭାରୀ ଡ ଅକ୍ରୁର ମାର୍ଥା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପାରମ୍ପରିକ ବୈଦିକ ରୀତି ଅନୁଯାଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ଡ ମାର୍ଥା ତାଙ୍କ ମାର୍ଗ ଦର୍ଶନରେ ଯୋଗର ଗୁଢ଼ ତତ୍ଵ , ନିରୋଗ ଜୀବନ ଯାପନ, ତଥା ସମାଜ ଓ ରାଷ୍ଟ୍ର ନିର୍ମାଣରେ ଯୋଗର ଅବଦାନ ଉପରେ ଆଲୋକପାତ କରିଥିଲେ l ଯୋଗ ହି ସୁସ୍ଥ ଜୀବନ ଯାପନ କରିବା ସହିତ ପରିବାରରେ ସ୍ୱର୍ଗୀୟ ଆନନ୍ଦ ଥାଏ ବୋଲି ପ୍ରକାଶ କରିଥିଲେ। ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନି ସ୍ୱାଇଁ , ଜିଲ୍ଲା ପି ଏସ ୱାଇ ପ୍ରଭାରୀ ପ୍ରଦୀପ୍ତ ସାହୁ, ଜିଲ୍ଲା କିଷାନ୍ ସେବା ସମିତି ପ୍ରଭାରୀ ପୀତବାସ ପ୍ରଧାନ ଅତି, ମିଡ଼ିଆ ପ୍ରଭାରୀ ଗଙ୍ଗାଧର ଦାଶ, ଜିଲ୍ଲା ମହିଳା ସୋସିଆଲ ମିଡ଼ିଆ ପ୍ରଭାରୀ ଆରତି କର, ସ୍ତି ବରିଷ୍ଠ ଯୋଗ ଶିକ୍ଷକ କପିଳେଶ୍ୱର ମହାରଣା ଆଦି ଯୋଗର ପ୍ରସାର ଓ ପ୍ରଚାର ଉପରେ ଗୁରୁତ୍ବ ଦେବା ସହ ସମସ୍ତେ ପ୍ରତିଦିନ ଏହାକୁ ଅଭ୍ୟାସ ଜାରି ରଖିବା ଏବଂ ଅଷ୍ଟାଙ୍ଗ ଯୋଗକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବରିଷ୍ଠ ଯୋଗ ଶିକ୍ଷକ ବି. ବି. ଭୁଜବଳ । ଏହି କେନ୍ଦ୍ରର ସମସ୍ତେ ମିଶି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ସି ସୋରେଙ୍ଗ, ରାମକୃଷ୍ଣ ପଣ୍ଡା, ରାମକୃଷ୍ଣ ସାହୁ, ସଞ୍ଜୟ କୁମାର ଚୌଧୁରୀ, ସୁରଥ କୁମାର ଯତି, ବି. ଜଳନ୍ଧର ପାତ୍ର, ଗୌରୀ ଶଙ୍କର ପାଣିଗ୍ରାହୀ, ଅଶୋକ କୁମାର ଓଝା,ସୁବ୍ରତ କୁମାର ସାହୁ, କରୁଣାକର ରଥ, ରମାକାନ୍ତ ଦାଶ, ସର୍ବେଶ୍ୱର ପାତ୍ର ଗୌରାଙ୍ଗ ଚରଣ ନାୟକ, ଉମାକାନ୍ତ ମଲ୍ଲିକ, ରମେଶ ଚନ୍ଦ୍ର ବେହେରା, ରବି ନାରାୟଣ ସି, ଫକୀର ମୋହନ ଦାଶ, ମଞ୍ଜୁଲତା ମାଝୀ, ପ୍ରଭାତୀ ସାହୁ, ଅଜିତ ଜେନା, ତାରା ବଡାଇକଙ୍କ ସହିତ ବହୁ ସାଧକ ସାଧିକା ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧରl ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି ।

