ନବରଙ୍ଗପୁର,4//11,(ଉତ୍କଳ ସମାଚାର)ନବରଙ୍ଗପୁର ଜିଲ୍ଲାରେ ବେଆଇନ ମଦ ପ୍ରସ୍ତୁତି, ବିକ୍ରୟ ଓ ଚୋରାଚାଲାଣ ରୋକିବା ସହ ନିଶାଦ୍ରବ୍ୟର ଅବୈଧ କାରବାର ଉପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ, ପୋଲିସ ବାହିନୀ ଏବଂଅବକା ବିଭାଗ ପକ୍ଷରୁ ମିଶନ ମୋଡ୍ରେ ଅଭିଯାନ ଜାରି ରହିଛି।ଏହି କ୍ରମରେ ଆଜି ପୋଲିସ ଓ ଅବକାରୀ ବିଭଗର ମିଳିତ ସ୍କାର୍ଡ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଅବକାରୀ ଚଢ଼ାଉ ଓ ଯାଞ୍ଚ ଅଭିଯାନ କରାଯାଇଥିଲା। ନବରଙ୍ଗପୁର, ପାପଡ଼ାହାଣ୍ଡି, କୋଡ଼ିଙ୍ଗା, ଡାବୁଗାଁ, ଉମରକୋଟ ଓ ରାଇଘର ଅବକାରୀ ଥାନା ଅଞ୍ଚଳରେ ମୋବାଇଲ୍ ଅବକାରୀ ୟୁନିଟ୍, ଉମରକୋଟ ରେଞ୍ଜ ଏବଂ ବିଭିନ୍ନ ଅବକାରୀ ଥାନା ପକ୍ଷରୁ ଏହି ଅଭିଯାନ ପରିଚାଳିତ ହୋଇଥିଲା।ଏହି ଚଢ଼ାଉରେ ମୋଟ ୧୨ଟି ମାମଲା ରୁଜୁ କରାଯାଇଥିବା ବେଳେ ୪ ଜଣଙ୍କୁ ଗିରଫ କରି ନ୍ୟାୟାଳୟକୁ ପଠାଯାଇଛି। ଅନ୍ୟ ୪ ଜଣଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୩୫(୩) ଅନୁଯାୟୀ ନୋଟିସ୍ ଜାରି କରାଯାଇଛି।ଅଭିଯାନ ସମୟରେ ମୋଟ ୯୯୪ ଲିଟର ବେଆଇନ ଦେଶୀ ମଦ, ୮,୧୦୦ କିଲୋଗ୍ରାମ ମଦ ପ୍ରସ୍ତୁତିରେ ବ୍ୟବହୃତ ପୋଚ୍ ଏବଂ ୧.୯୫୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି।ବେଆଇନ ମଦ ଓ ନିଶାଦ୍ରବ୍ୟର ଉତ୍ପାଦନ, ବିକ୍ରୟ ଓ ଚୋରାଚାଲାଣ ବିରୋଧରେ ଜିଲ୍ଲା ପ୍ରଶାସନ ଏବଂ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚଢ଼ାଉ, କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ବିଭାଗୀୟ ସମନ୍ୱୟକୁ ଅଧିକ ସୁଦୃଢ଼ କରାଯାଉଛି।ଏହି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ବେଆଇନ ମଦ ଓ ନିଶାଦ୍ରବ୍ୟ କାରବାର ସମ୍ପର୍କରେ କୌଣସି ସୂଚନା ଥିଲେ ଜନସାଧାରଣ ଅବକାରୀ ବିଭାଗକୁ ଜଣାଇବାକୁ ଅନୁରୋଧ କରାଯାଉଛି।

