କେନ୍ଦୁଝର,4//11,(ଉତ୍କଳ ସମାଚାର): ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ କେନ୍ଦୁଝର ଜିଲା ଆଇନିସେବା ପ୍ରାଧିକରଣ ସର୍ବାଧିକ ପିଡିତା କ୍ଷତିପୂରଣ ପ୍ରଦାନ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ହୋଇଛନ୍ତି।ଓଡିଶା ଲୋକସେବା ଭବନ ଭୁବନେଶ୍ୱରର କନଭେନସନ ହଲରେ ଆୟୋଜିତରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୧୬ତମ ପ୍ରତିଷ୍ଠା ଦିବସରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ସମ୍ମାନିତ ଅତିଥି ଭାବେ ମାନ୍ୟବର ରାଜ୍ୟ ଆଇନି ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ, ମାନ୍ୟବର ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶରାମ ସିଂ ଖୁଣ୍ଟିଆ ଯୋଗଦେଇଥିଲେ। ପିଡିତା କ୍ଷତିପୁରଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ସହ ରାଜ୍ୟରେ ସର୍ବାଧିକ ସମସ୍ୟାର ସମାଧାନ ଓ କ୍ଷତିପୂରଣ ପ୍ରଦାନ ପାଇଁ ଏହି ପୁରସ୍କାର ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଠାରୁ କେନ୍ଦୁଝର ଜିଲା ଆଇନି ସେବା ପ୍ରାଧିକରଣ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ ଗ୍ରହଣ କରିଛନ୍ତି। କେନ୍ଦୁଝର ଜିଲା ଆଇନିସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ଦୌରାଜଜ ଶ୍ରୀ ଗୋପାଳ କୃଷ୍ଣ ବେହେରାଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ତଥା ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀଙ୍କ ତ୍ୱରିତ ପୋକ୍ସ ଆଇନିର ଉପଯୋଗ ଫଳରେ ଜିଲାରେ ସର୍ବାଧିକ ଶିଶୁ ନ୍ୟାୟ ପାଇବା ସହ ଆର୍ଥିକ ସାହାଯ୍ୟ ପାଇବା ଓ ଶିକ୍ଷା ସହ ଥାଇଥାନ ହେବାରେ ସକ୍ଷମ ହୋଇଛନ୍ତି। ଏହି ପୁରସ୍କାର ପାଇବା ପରେ କେନ୍ଦୁଝର ଜିଲା ଆଇନିଜୀବୀ ମହଲରେ ତଥା ଜିଲା ବାସୀଙ୍କ ମଧ୍ୟରେ ଖୁସି ଖେଳି ଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ତରୀୟ ଅନେକ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇଥିଲେ
