ସମ୍ବଲପୁର,୦୫/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁରର ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁଙ୍କ ପିତା ତଥା ଅବସରପ୍ରାପ୍ତ ପୋଲିସ କର୍ମଚାରୀ ନରସିଂହ ଚରଣ ବାବୁଙ୍କ ୮୫ ବର୍ଷ ବୟସରେ ବୁଧବାର ଅପରାହ୍ନ ୩ଟା ସମୟରେ ଅଇଁଠାପାଲି ପାଞ୍ଚଗଛିଆ ନିକଟସ୍ଥ କେଡ଼ିଆଢାବା ଗଳିସ୍ଥିତ ନିଜ ବାସଭବନରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ଯୁ ଖବର ପ୍ରଚାରିତ ହେବାକ୍ଷଣି ବହୁ ବିଶିଷ୍ଟ ଓ ମାନ୍ଯଗଣ୍ଯ ବ୍ଯକ୍ତି ତାଙ୍କ ବାସଭବନରେ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।୨୦୦୦ ମସିହାରେ ପୋଲିସ ବିଭାଗରୁ ଅବସର ଗ୍ରହଣ କରିଥିବା ସ୍ୱର୍ଗତ ନରସିଂହ ଚରଣ ବାବୁ ଜଣେ କର୍ତ୍ତବ୍ୟନିଷ୍ଠ ଓ ସଚ୍ଚୋଟ ବ୍ୟକ୍ତି ଭାବେ ପରିଚିତ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ଅଳକା ବାବୁ, ପୁଅ ସଞ୍ଜୟ ବାବୁ, ସଞ୍ଜୀପ ଓ ସମୀରଙ୍କ ସମେତ ପୁତ୍ରବଧୁ, ନାତିନାତୁଣୀ ଓ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ରାଜଘାଟଠାରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିବାବେଳେ ବଡ଼ ପୁଅ ସଞ୍ଜୟ ବାବୁ ମୁଖାଗ୍ନି ପ୍ରଦାନ କରିଥିଲେ।ଏହି ଅନ୍ତିମ ଯାତ୍ରା ଓ ସଂସ୍କାର କାର୍ଯ୍ୟରେ ପୂର୍ବତନ ବିଧାୟକ ଇଂ.ରୋହିତ ପୂଜାରୀ, ପ୍ରଫୁଲ୍ଲ କୁମାର ହୋତା, ସୁଧୀର ପୂଜାରୀ, ପ୍ରିୟ ରଞ୍ଜନ ସାହୁ, ଶିବ ଶଙ୍କର ନନ୍ଦ, ପ୍ରକାଶ ଶତପଥୀ, ଦେବକୁମାର ଅଜମେରୀଆ, ପଞ୍ଚାନନ ତ୍ରିପାଠୀ, ଇଞ୍ଜିନିୟର ଅନିନ୍ଦିତା ଦାସ, ପ୍ରଫୁଲ୍ଲ କୁମାର ଦାଶ, ପ୍ରବୀଣ କୁମାର ଦିକ୍ଷିତ, ରାମଦାସ ପଣ୍ଡା, ଆଶିଷ ଦୁବେ, ଲଳିତ ପାଟୱାରୀ, ପ୍ରେମରାଜ ପାଣିଗ୍ରାହୀ, ଆଶିଷ ରାୟ, ହେମନ୍ତ ମିଶ୍ର, ସନ୍ତୋଷ ପ୍ରୁସେଠ୍, ଅଟଳ ଦୋରା, ଦୁଲାଳ ଚନ୍ଦ୍ର ରାୟ, ଦେବାଶିଷ ପରିଡ଼ା, ସରୋଜ କୁମାର ପତି, ସୌଭାଗ୍ଯ ନାୟକ, ସୁଶାନ୍ତ କୁମାର ପୁରୋହିତ, ଡିଇଓ ଲକ୍ଷ୍ମଣ ଭୋଇ, ଡିଇଓ କାର୍ଯ୍ୟାଳୟର ସନ୍ତୋଷ ମହାପାତ୍ର, ମନୋଜ ନାୟକ, ଆଲୋକ ଜ୍ଯୋତିଷି, ଦେବଦତ୍ତ ରଥ, ଚିତ୍ତ ଗଡ଼ିଆ, ପ୍ରଦୀପ ନାୟକ, ବବ୍ରୁବାହନ ଭୋଇ, ଭବାନୀଶଙ୍କର ବାବୁ, ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

