ପାପଡାହାଣ୍ଡି, 05/11/26-(ଉତ୍କଳ ସମାଚାର)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୋଲିସ ଓ ଅବକାରୀ ବିଭାଗ ତରଫରୁ ମିଳିତ ଚଢାଉ ରେ ମଦ ଓ ପୋଚ ନଷ୍ଟ କରିବା ସହ 2 ଜଣ କୁ ଗିରଫ କରଯାଇ ଜଣକୁ ନୋଟିସ ରେ ଛଡା ଯାଇଥିବା ବେଳେ ଅନ୍ୟ ଜଣକୁ କୋର୍ଟ ଚାଲାଣ କରାଯାଇଛି.
ନବରଙ୍ଗପୁର ଜିଲ୍ଲପାଳ, ଆରକ୍ଷୀ ଅଧିକ୍ଷକ ଓ ଅବକାରୀ ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶ କ୍ରମେ ପାପଡାହାଣ୍ଡି ତହସିଲଦାର ଗୁଡୁରା ହେମ୍ବ୍ରମ ଙ୍କ ନେତୃତ୍ୱରେ ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ,ଅବକାରୀ ଅଧିକାରୀ ବୃନ୍ଦାମନ ମଣ୍ଡଳ, ଓ଼ଆସି ସମୀର ସ୍ୱାଇଁ, ସବଇନ୍ସ୍ପେକଟର ଉମାକାନ୍ତ ଶବର, ଏଏସଆଇ ରାମ ବଡ଼ନାୟକ ଏକ ଟିମ ସହ ପାପଡାହାଣ୍ଡି, ମାଳତିଗୁଡା, ମୋକିଆଁ ଓ ବିରୀଗୁଡା ଠାରେ ଚଢାଉ କରିଥିଲେ. ଏହି ଅବସର ରେ 300 ଲିଟର ପୋଚ ଓ 160 ଦେଶୀ ମଦ ଜବତ କରିଥିଲେ. ଏଥି ସହ ଦୁଇ ଗିରଫ କରାଯାଇଥିଲା. ଜଣକୁ ନୋଟିସ ଦେଇ ଛଡା ଯାଇଥିଲା ଅନ୍ୟ ଜଣକୁ କୋର୍ଟ ଚାଲାଣ କରାଯାଇଛି. ଏହି ସମୟ ରେ ପୋଲିସ ବିଭାଗ ଓ ଅବକାରୀ ବିଭାଗ କର୍ମଚାରୀ ଉପସ୍ଥିତ ରହିଥିଲେ.

