ରାଉରକେଲା ୫/୧୧,(ଉତ୍କଳ ସମାଚାର)ପାଞ୍ଚ ଦିନିଆ ଦୀପାବଳି ପର୍ବର ପ୍ରଥମ ଦିନକୁ ଧନତେରସ୍ କୁହାଯାଏ। ହିନ୍ଦୁ କ୍ୟାଲେଣ୍ଡର ମାସ କାର୍ତ୍ତିକ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିରେ ଏହି ଧନତେରସ୍ ପର୍ବ ପାଳିତ ହୋଇଥାଏ। ଧନତେରସରେ ଧନର ଦେବୀ ଲକ୍ଷ୍ମୀଙ୍କ ପୂଜା କରାଯିବା ସହିତ ଦେବତାଙ୍କ କୋଷାଧ୍ୟକ୍ଷ ଭଗବାନ କୁବେର ଏବଂ ସ୍ବାସ୍ଥ୍ୟ ପାଇଁ ଭଗବାନ ଧନ୍ୱନ୍ତରୀଙ୍କ ପୂଜା କରାଯାଇଥାଏ। ରାତି ପାହିଲେ ଧନତେରସ୍। ଧନତେରାସ୍ ପାଇଁ ପୂଜା ସାମଗ୍ରୀ ଦୋକାନରେ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହେବା ସହିତ ଗଣେଶ ଓ ଲକ୍ଷ୍ମୀଙ୍କ ପ୍ରତୀମା ସହ ମାଟି ଦୀପ ଓ କଳସ କ୍ରୟ କରିବା ପାଇଁ ବଜାରରେ ଏହି ଭିଡ ଦେଖିବାକୁ ମିଳିଛି। ଧନତେରସ ପାଇଁ ରାଉରକେଲା ସହର ସମେତ ଇସ୍ପାତ ସହରାଞ୍ଚଳର ବଜାରଗୁଡ଼ିକରେ ଭିଡ଼ ଦେଖିବାକୁ ମିଳୁଛି। ମାଟି ଦୀପ, କଳଶ ଏବଂ ଗଣେଶ ଏବଂ ଲକ୍ଷ୍ମୀ ମୂର୍ତ୍ତି ବିକ୍ରୟ କରୁଥିବା ଦୋକାନଗୁଡ଼ିକରେ ମଧ୍ୟ ଭିଡ଼ ଦେଖିବାକୁ ମିଳୁଛି। ବିଦ୍ୟୁତ୍ ସାଜସଜ୍ଜା ସାମଗ୍ରୀ ସହିତ ପୋଷାକ ବିକ୍ରୟ କରୁଥିବା ଦୋକାନଗୁଡ଼ିକରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି। ବିଶେଷକରି ପୂଜା ସାମଗ୍ରୀ ଏବଂ ସ୍ବର୍ଣ୍ଣ ଅଳଙ୍କାର ବିକ୍ରୟ କରୁଥିବା ଦୋକାନଗୁଡ଼ିକରେ ଧନତେରସ ପାଇଁ କିଣାକଟା କରାଯାଉଛି। ରାଉରକେଲା ସହରର ଡେଲି ମାର୍କେଟ, ଟ୍ରାଫିକ୍ ମାର୍କେଟ, ବିର୍ସା ଚୌକ, ବାସନ୍ତୀ କଲୋନୀ ମାର୍କେଟ, ପାନପୋଷ ମାର୍କେଟ, ଇସ୍ପାତ ମାର୍କେଟ, ଆମ୍ବବାଗାନ୍ ମାର୍କେଟ, ଫର୍ଟିଲାଇଜର ମାର୍କେଟ, ତରକେରା ମାର୍କେଟ, ବେଦବ୍ୟାସ ବଜାରରେ ଲୋକମାନେ କିଣାକଟା କରୁଛନ୍ତି। ଶୁକ୍ରବାର ଧନତେରସ ଥିବାରୁ ଲୋକମାନେ କିଣାକାଟା କରୁଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ସହରର ମୁଖ୍ୟ ରାସ୍ତାରେ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଜି ବଜାରରେ ପୋଲିସ କର୍ମଚାରୀଙ୍କ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି।


