ରାଉରକେଲା:5//11,(ଉତ୍କଳ ସମାଚାର) ଜଲଦା ଏନ୍ଏଚ୍-୧୪୩ର ଜଲଦା ସି-ବ୍ଲକ୍ ଛକ ଏବେ ଦୁର୍ଘଟଣାପ୍ରବଣ ସ୍ଥାନ ପାଲଟିଛି। ଏହି ଛକ ଦେଇ ଦିନରାତି ୨୪ ଘଣ୍ଟା ଭାରୀଯାନ ଚଳାଚଳ କରୁଥିବା ବେଳେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଏଠାରେ ପୋଲିସ କିମ୍ବା ହୋମଗାର୍ଡ ରହୁନଥିବା ଅଭିଯୋଗ ହେଉଛି। ଫଳରେ ସାଧାରଣ ଲୋକଙ୍କ ଯାତାୟାତ ଏବେ ବିପଦପୂର୍ଣ୍ଣ ହୋଇପଡ଼ିଛି।ଛକ ଦେଇ ଦ୍ରୁତଗତିରେ ଭାରୀଯାନ ଯାତାୟାତ କରୁଥିବାରୁ ସ୍କୁଲ ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା ଓ ମହିଳାମାନେ ରାସ୍ତା ପାର ହେବା ସମୟରେ ଭୟ ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

