ରାଉରକେଲା,9//11,(ଉତ୍କଳ ସମାଚାର)ନଭେମ୍ବର ୮ ରବିବାର ରାତି ପ୍ରାୟ ୧୦ଟା ସମୟରେ ରାଉରକେଲାର ମୁଖ୍ୟ ରାସ୍ତା ମଙ୍ଗଳ ଭବନସ୍ଥିତ ଏକ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟସ୍ତବହୁଳ ବଜାର ଅଞ୍ଚଳରେ ଆତଙ୍କ ଓ ବିଶୃଙ୍ଖଳା ସୃଷ୍ଟି ହୋଇଛି।ଭୀମ ନାମକ ଜଣେ ବ୍ୟବସାୟୀଙ୍କର ଏହି ଦୋକାନଟି ଏହି ଭୟଙ୍କର ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଜଳି ପୋଡ଼ି ଛାରଖାର ହୋଇଯାଇଛି, ଯାହା ଫଳରେ ବ୍ୟାପକ ପରିମାଣର ଲୁଗାପଟା ଓ ସମ୍ପତ୍ତି ନଷ୍ଟ ହୋଇଛି।ଦୋକାନ ଭିତରେ ନିଆଁ ହୁ ହୁ ହୋଇ ବ୍ୟାପିଯିବାରୁ ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ନିରାପଦ ସ୍ଥାନକୁ ଦୌଡ଼ିଥିଲେ। ଏହି ଘଟଣା ଯୋଗୁଁ ସମଗ୍ର ବଜାରରେ ଏକ ଅରାଜକ ପରିସ୍ଥିତି ସୃଷ୍ଟି ହୋଇଥିଲା

