କେନ୍ଦୁଝର:9//11,(ଉତ୍କଳ ସମାଚାର)ଆଜି କେନ୍ଦୁଝର ସଦର ମହକୁମାରେ ଜିଲ୍ଲା ଆଇନସହାୟତା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନସହାୟତା ଦିବସ ସମାରୋହ ରେ ପାଳିତ ହୋଇ ଯାଇଛି ,ରୋଟାରୀ ଭବନ ପ୍ରେକ୍ଷାଳୟ ରେ ଜିଲ୍ଲା ଆଇନ ସହାୟତା ପ୍ରାଧିକରଣ ସମ୍ପାଦିକା ସୁଶ୍ରୀ ସସ୍ମିତା ନନ୍ଦିନୀ ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସମାରୋହ ରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପୁରୁଷୋତ୍ତମ ମହାନ୍ତ ,ଟାଉନ ଥାନା ଅଧିକାରିଣୀ ସୁଶ୍ରୀ ପୁନମ ସେଠୀ ,ଜିଲ୍ଲା ରେଡକ୍ରସ ଯୁଗ୍ମ ସମ୍ପାଦକ ଶ୍ରୀ ଏ ଆର ଖାନ , ସୁନାମଧନ୍ୟ ସମାଜ ସେବୀ ଧରିତ୍ରୀ ରାଉତ ଅତିଥିଭାବେ ଯୋଗ ଦେଇ ଜିଲ୍ଲା ଆଇନ ସହାୟତା ପ୍ରାଧିକରଣ ର ଜନକଲ୍ୟାଣ ମୂଳକ ମନୋଭାବ ର ପ୍ରଶଂସା କରିବା ସହିତ ଏହାର ଲୋକାଭିମୁଖୀ କାରଜ୍ୟଧାରା ର ବିସ୍ତୃତ ବ୍ୟାଖ୍ୟା କରିବା ସହିତ ଏହାଦ୍ବାରା ତୃଣମୂଳ ସ୍ତରର ସାଧାରଣ ଲୋକେ କିପରି ଉପକୃତ ହେଉଛନ୍ତି ତାର ସ୍ପଷ୍ଟ ଚିତ୍ର ଉପସ୍ଥାପନ କରିଥିଲେ ,ପ୍ରାଧିକରଣ ସଦସ୍ୟ ଅକ୍ଷୟ କୁମାର ଚକ୍ର ସମାରୋହ ପରିଚାଳନା କରିବା ସହିତ ଉଦ୍ଦେଶ୍ୟ ଆଭିମୁଖ୍ୟ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ , ଜିଲ୍ଲା ଆଇନ ସହାୟତା ପ୍ରାଧିକରଣ ସମ୍ପାଦିକା ସୁଶ୍ରୀ ସସ୍ମିତା ନନ୍ଦିନୀ ତ୍ରିପାଠୀ ଅଧ୍ୟକ୍ଷ ଅଭିଭାଷଣରେ ପ୍ରାଧିକରଣ ର ଆଭିମୁଖ୍ୟ ଓ ଉପକୃତ ଜନସାଧାରଣ ଙ୍କ ବିସ୍ତୃତ ଆଲୋଚନା କରି ଆହୁରି ଅଧିକରୁ ଅଧିକ ଲୋକଙ୍କ ସହାୟତା ପାଇଁ ୨୪x୭ ସହାୟତା ପାଇଁ ସଂକଳ୍ପବଦ୍ଧ ବୋଲି କହିଥିଲେ , ଏ ଅବସର ରେ ବିଭିନ୍ନ ବର୍ଗର ହିତାଧିକାରୀ ମାନଙ୍କୁ ସଦର ବ୍ଲକ ପକ୍ଷରୁ ରାସନକାର୍ଡ ,ଶ୍ରମଅଧିକାରୀ ଙ୍କ ପକ୍ଷରୁ ଶ୍ରମିକ କାର୍ଡ , ବିବାହ ଆର୍ଥିକ ସହାୟତା, ମୃତ୍ଯୁ ପର ଆର୍ଥିକ ସହାୟତା, ଜିଲ୍ଲା ରେଡକ୍ରସସଂସ୍ଥା ପକ୍ଷରୁ କମ୍ବଳ ପ୍ରଦାନ କରାଯାଇଥିଲା , ଏ ଅବସର ରେ ଏକ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇ ସଂଗୃହୀତ ରକ୍ତ ମାନବ କଲ୍ୟାଣ ନିମନ୍ତେ ଜିଲ୍ଲା ରକ୍ତକେନ୍ଦ୍ର କୁ ପ୍ରଦାନ କରାଯାଇଥିଲା

