ରାଉରକେଲା:10//11,(ଉତ୍କଳ ସମାଚାର) ସେକ୍ଟର ୧୯ ସ୍ଥିତ ଆର୍ଯ୍ୟ ସମାଜ ର ୬୩ତମ ବାର୍ଷିକ ଉତ୍ସବ ଓ ଋଷି ନିର୍ବାଣ ପର୍ବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଦ୍ବିଦିବସୀୟ କାର୍ଯ୍ୟକ୍ରମରେ ଗୁଜରାଟର ବାନପ୍ରସ୍ଥ ସାଧକ ଆଶ୍ରମର ପୂଜ୍ୟ ସ୍ବାମୀ ମୁକ୍ତାନନ୍ଦ ପରିବ୍ରାଜକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଋଷି ନିର୍ବାଣ ର ଅର୍ଥ ଓ ଏହାର ମାର୍ଗ ସମ୍ପର୍କରେ ପ୍ରବଚନ ପ୍ରଦାନ କରିଥିଲେ। ପ୍ରଥମ ଦିବସରେ ଓମ୍ ଧ୍ବଜା ଉତ୍ତୋଳନ,ଯଜ୍ଞ କାର୍ଯ୍ୟ, ଭଜନ, ପ୍ରବଚନ, ପ୍ରସାଦ ସେବନ, ସନ୍ଧ୍ୟା ଉପାସନା, ସୁନ୍ଦରଗଡ଼ ରୁ ଆସିଥିବା ବୈଦିକ ପାଲା ପରିବେଷଣ ଓ ଦ୍ବିତୀୟ ଦିବସରେ ଯଜ୍ଞ, ଋଷି ନିର୍ବାଣ ଉତ୍ସବ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା। ଅନୁଷ୍ଠାନର ସଭାପତି ଭଗବାନ ପ୍ରଧାନ ଓ ସମ୍ପାଦକ ବିଚିତ୍ର ମୋହନ ବେହେରାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରଘୁନାଥପାଲୀ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀ ଓ ବାନପ୍ରସ୍ଥ ପ୍ରକାଶ ମୁନୀ ଯୋଗଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୁଦେଷ୍ଣା ନାୟକ, ବିଷ୍ଣୁପ୍ରିୟା ବେହେରା, ହରପ୍ରିୟା ବେହେରା,ଅମିତା ବଳ, ଉପେନ୍ଦ୍ର ନାୟକ, ଅନିଲ କୁମାର ନାୟକ, ରାମେଶ୍ବର ପଟେଲ, ବାସୁଦେବ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସଭାପତି ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

