ସମ୍ବଲପୁର, ୧୧/୧୧,(ଉତ୍କଳ ସମାଚାର)(ଭୂମି ଏକ୍ସପ୍ରେସ): ଜିଲ୍ଲାରେ ଜଳ, ପରିମଳ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମର ଅଗ୍ରଗତି ଏବଂ ସଫଳ ରୂପାୟନ ସମ୍ପର୍କରେ ସମୀକ୍ଷା କରିବା ପାଇଁ ୟୁନିସେଫ୍ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସମ୍ବଲପୁର ଜିଲ୍ଲା ଗସ୍ତ କରିଛନ୍ତି। ପ୍ରତିନିଧି ଦଳରେ ପ୍ରଶାନ୍ତ ଦାଶ, ଶିପ୍ରା ସକ୍ସେନା, ଯୋଗେନ୍ଦ୍ର କୁମାର ଓ ଜ୍ୟୋତିର୍ମୟ ପ୍ରମୁଖ ସାମିଲ ଥିଲେ।ଗସ୍ତ ଅବସରରେ ପ୍ରତିନିଧି ଦଳ ବିଭିନ୍ନ ଗ୍ରାମାଞ୍ଚଳ ପରିଦର୍ଶନ କରି ଜନସାଧାରଣ, ଗୋଷ୍ଠୀ ସଦସ୍ୟ, କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଓ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ସ୍ୱଚ୍ଛ ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥାର ଉନ୍ନତି ଓ ସ୍ୱଚ୍ଛତା ଅଭ୍ୟାସର ପ୍ରସାର ସମ୍ପର୍କରେ ଲୋକଙ୍କ ମତାମତ ଓ ଅନୁଭୂତି ସଂଗ୍ରହ କରାଯାଇଥିଲା।ଏହି ଗସ୍ତ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିସିସି-ୱାଶ୍ ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଏବଂ ଜିଲ୍ଲା ପରିଷଦର ଜିଲ୍ଲା ପରିମଳ ବିଶେଷଜ୍ଞ ଉପସ୍ଥିତ ରହି କାର୍ଯ୍ୟକ୍ରମର ସମନ୍ୱୟ ରକ୍ଷା କରିଥିଲେ। ଏହି ଗସ୍ତ ମାଧ୍ୟମରେ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ ଓ ଲୋକାଭିମୁଖୀ କରିବା ଦିଗରେ ଆଲୋଚନା ହୋଇଥିଲା

