ସମ୍ବଲପୁର,୧୧/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁରର ବିଶିଷ୍ଟ ସମାଜସେବୀ ତଥା ରାଷ୍ଟ୍ରୀୟ ବାଲ୍ ଗୋପାଳ ବିଦ୍ୟାମନ୍ଦିରର ସଭାପତି ଅଶୋକ କୁମାର କେଡ଼ିଆଙ୍କ ପିତା ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ତଥା ବରିଷ୍ଠ ନାଗରିକ ନାଥମଲ୍ କେଡ଼ିଆଙ୍କର ବୁଧବାର ସକାଳ ୮ଟା ୧୫ ମିନିଟ୍ ସମୟରେ ୮୯ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ସମ୍ବଲପୁର ସହରର ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକପ୍ରକାଶ କରିଛନ୍ତି। ତାଙ୍କ ଇହଲୀଳା ସମ୍ବରଣରେ ସମ୍ପର୍କ ଫାଉଣ୍ଡେସନ୍ ଟ୍ରଷ୍ଟ, ସମ୍ବଲପୁର ଏବଂ ସମ୍ପର୍କ ସେତୁ ପରିବାର ଗଭୀର ଭାବେ ମର୍ମାହତ ହୋଇଛନ୍ତି।ଏହି ଦୁଃଖଦ ସମୟରେ ସମ୍ପର୍କ ଫାଉଣ୍ଡେସନ୍ ଟ୍ରଷ୍ଟର ସଭାପତି ଅଶୋକ କୁମାର ପଣ୍ଡା, ସମ୍ପର୍କ ସେତୁ ପତ୍ରିକାର ସମ୍ପାଦକ ଡଃ ଦୀପେନ କୁମାର ପଟ୍ଟନାୟକ ଏବଂ ସମ୍ପର୍କ ସେତୁ ପରିବାରର ବିଶିଷ୍ଟ ସଦସ୍ୟ ଶ୍ୟାମ ସୁନ୍ଦର ଶର୍ମା ଶୋକସନ୍ତପ୍ତ କେଡ଼ିଆ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି। ଏଥିସହ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦିବଂଗତ ଆତ୍ମାଙ୍କ ସଦ୍ଗତି ଓ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ ନିମନ୍ତେ ପ୍ରାର୍ଥନା କରିଛନ୍ତି।

