କେନ୍ଦୁଝର:11//11,(ଉତ୍କଳ ସମାଚାର) ସଦରମହକୁମା ହସ୍ପିଟାଲ ରୋଡ଼ ରେ ଅବସ୍ଥାପିତ ଅନ୍ୟତମ ନିର୍ଭରଯୋଗ୍ୟ “ହିମା ହସ୍ପିଟାଲ “ଚିକିତ୍ସା କ୍ଷେତ୍ରରେ ଆଉ ପାଦେ ଆଗକୁ ଅଗ୍ରସର ହୋଇ ଜନସାଧାରଣ ଙ୍କ ସେବା ପାଇଁ ପ୍ରତିବଦ୍ଧତା ଅଙ୍ଗିକାର କରିଛି, ଆଜି ଏକ ସ୍ୱତନ୍ତ୍ର ଉତ୍ସବ ରେ ଜିଲ୍ଳା ମୁଖ୍ୟ ଚିକିତ୍ସାଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ୱର ସେଠି ହିମା ହସ୍ପିଟାଲ ପରିସରରେ ଇଣ୍ଟେନସିଭ କେୟାର ୟୁନିଟ, ନିଓନାଟାଲ ଇଣ୍ଟେନସିଭ କେୟାର ୟୁନିଟ ଡାୟଲିସିସ ୟୁନିଟ ର ଶୁଭ ଲୋକାର୍ପଣ କରି ଏହା ଜିଲ୍ଲାବାସୀ ଙ୍କ ଆବଶ୍ୟକତା କୁ ଅନେକ ମାତ୍ରା ରେ ପୂରଣ କରିବ ବୋଲି ଶୁଭକାମନା ଜଣାଇଛନ୍ତି, ଏ ଅବସରରେ ବରିଷ୍ଠ ସ୍ତ୍ରୀ ପ୍ରସୂତି ବିଶେଷଜ୍ଞ ଡାକ୍ତର ଜିସି ରାଉତ, ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡାକ୍ତର ରଶ୍ମି ରଞ୍ଜନ ଭଞ୍ଜ, ହିମା ହସ୍ପିଟାଲ ପ୍ରସୂତି ବିଶେଷଜ୍ଞ ଡାକ୍ତର ମମତାରାଣୀ ଜେନା, ବହୁ ଡାକ୍ତର, ଏମ ଆର, ଜନସାଧାରଣ, ବ୍ରହ୍ମକୁମାରୀ ଭଉଣୀ ବିନ୍ଦୁ, ଭଉଣୀ ପ୍ରତିମା, ପାରା ମେଡିକାଲ ଷ୍ଟାଫ୍ଫ, ଉପସ୍ଥିତ ଥିଲେ, ଅତି ସ୍ୱଳ୍ପ ଖର୍ଚ୍ଚ ରେଜନସାଧାରଣ ଙ୍କୁ ୨୪x ୭ ରେ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ହିମା ହସ୍ପିଟାଲ ସଂକଳ୍ପବଦ୍ଧ ବୋଲି ନିର୍ଦେଶିକା ପ୍ରକାଶ କରିଛନ୍ତି

