ରାଉରକେଲା:11//11,(ଉତ୍କଳ ସମାଚାର) ବାସନ୍ତୀ କଲୋନୀ ସ୍ଥିତ ନିଟସନ ମଡେଲିଂ ଏକାଡେମୀ ତରଫରୁ ଆସନ୍ତା ୧୫ ତାରିଖ ଦିନ ସନ୍ଧ୍ୟା ୫ ଟା ସମୟରେ ପ୍ଲୁଟନ ମଲ ଠାରେ ଶିଶୁ ମଡେଲିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏସମ୍ପର୍କରେ ନିଟସନ୍ ର କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ମୁଖ୍ୟ ନିତାଞ୍ଜଳୀ ପରିଡା ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ ୪ ରୁ ୧୨ ବର୍ଷ ମଧ୍ୟରେ ଶିଶୁ ମାନଙ୍କ ମଧ୍ୟରେ ମଡେଲିଂ ପ୍ରତି ଥିବା ପ୍ରତିବଦ୍ଧତାକୁ ଲୋକ ଲୋଚନରେ ଆଣିବା ପାଇଁ ଏହା ପ୍ରୟାସ ମାତ୍ର। ସେମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବୃଦ୍ଧି ଓ ନିଜର ସୈ।ନ୍ଦର୍ୟ୍ୟ ପ୍ରତି ସଚେତନ କରାଇବା ଏହି ପ୍ରତିଯୋଗିତାର ମୂଳ ଲକ୍ଷ୍ୟ। ତିନି ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମ୍ବଲପୁରୀ ନୃତ୍ୟଶିଳ୍ପୀ ଶ୍ରଦ୍ଧା ପ୍ରଧାନ,ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସମାଜସେବୀ କମଲ ଅଗ୍ରୱାଲ ପ୍ରମୁଖ ଯୋଗଦେବେ। ସେହିପରି ବିଚାରକ ଭାବେ ସୁମିତ ରାଜପୁତ, ବୈଷ୍ଣବୀ ପାଣିଗ୍ରାହୀ,ପ୍ରିୟା ସ୍ବାଇଁ,ପ୍ରିନ୍ସ ଚାରୁୱ। ପ୍ରମୁଖ ଦାୟିତ୍ଵ ତୁଲାଇବେ ବୋଲି ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଲୀନା ରାଉତ, ନମିତା ରାଉତ, ଧନମାୟା ବିଷ୍ଟ,ସୁଚିତ ରଞ୍ଜନ ପରିଡ଼ା,ପ୍ରୀତମ ସାମଲ, ମଧୁ ଜ୍ୟୋତ୍ସ୍ନା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

