ରାଉରକେଲା ୧୨/୧୧,(ଉତ୍କଳ ସମାଚାର)ସାମାଜିକ ସଂଗଠନ ‘ବ୍ରାହ୍ମଣ କଲ୍ୟାଣ ସଭା’ର ଦୀପାବଳି ସ୍ନେହ ମିଳନ ସମାରୋହ ୨୦୨୬ ହନୁମାନ ବାଟିକା ପରିସରସ୍ଥିତ ଭଗବାନ ପର୍ଶୁରାମ ମନ୍ଦିର ପ୍ରାଙ୍ଗଣରେ ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇଥିଲା।ଏହି ଅବସରରେ ବ୍ରାହ୍ମଣ କଲ୍ୟାଣ ସଭାର ସଭାପତି ପ୍ରଦ୍ୟୁମ୍ନ ଶର୍ମା, ଉପସଭାପତି ପ୍ରମୋଦ ଶର୍ମା, ସମ୍ପାଦକ ସଞ୍ଜୟ ସିଖୱାଲ, କୋଷାଧ୍ୟକ୍ଷ କୌଶଳ ଶର୍ମା, ମନ୍ଦିରର ସଂଯୋଜକ ସୁମିତ ଶର୍ମା, ପୂର୍ବତନ ସଭାପତି ମନୋହର ଲାଲ ମହର୍ଷି, ରାମଅବତାର ଶର୍ମା, ଶ୍ରବଣ ପାରିକ, ବିନୟ ଶର୍ମା, ଦିଲୀପ ଶର୍ମା, ବରିଷ୍ଠ ସଦସ୍ୟ ସୁଭାଷ ଯୋଶୀ, ଶଶିକାନ୍ତ ଯୋଶୀ, ଶିବ ଶଙ୍କର ଶର୍ମା, ରାଜେଶ ଶର୍ମା, ଜୟପ୍ରକାଶ ଶର୍ମା, ବିପ୍ର ଫାଉଣ୍ଡେସନ ରାଉରକେଲା ଶାଖାର ସଭାପତି ମୁକେଶ ମହର୍ଷି, କୋଷାଧ୍ୟକ୍ଷ ମହେଶ ଶର୍ମା, ରାଜସ୍ଥାନ ପରିଷଦର କୋଷାଧ୍ୟକ୍ଷ ନଟବର ବଗଡ଼ିଆ, ନରେଶ ଖେତାନଙ୍କ ସମେତ ବ୍ରାହ୍ମଣ କଲ୍ୟାଣ ସଭାର କମିଟି ସଦସ୍ୟ ଗଜ୍ଜୁ ଶର୍ମା, ପ୍ରୀତମ ଶର୍ମା, ପଙ୍କଜ କୌଶିକ ଏବଂ ଅନ୍ୟାନ୍ୟ ସଦସ୍ୟଗଣ ଗଦେଇଥିଲେଏହି ଅବସରରେ ମନ୍ଦିର ସମ୍ମୁଖରେ ସଭାପତି, ପୂର୍ବତନ ସଭାପତି ଏବଂ ଅତିଥିମାନଙ୍କ ଦ୍ୱାରା ଗୋଟିଏ ଲେଖାଏଁ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ସମସ୍ତେ ପରସ୍ପରକୁ ଦୀପାବଳିର ଅଭିନନ୍ଦନ ଓ ଶୁଭକାମନା ଜଣାଇଥିଲେ। ଏହି ଅବସରରେ ଗ୍ରାଣ୍ଡ ହାଉଜି ର ଆୟୋଜନ କରାଯାଇଥିଲା ଏବଂ ବିଜୟୀ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଥିଲା।ସେହିପରି ସମସ୍ତେ ଜଳଖିଆ ଓ ଭୋଜନ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜର ଲୋକମାନେ ନିଜ ପରିବାର ସହିତ ସାମିଲ ହୋଇଥିଲେ।

