କେନ୍ଦୁଝର:13//11,(ଉତ୍କଳ ସମାଚାର)ଜିଲ୍ଲାର ରାଙ୍କିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାନ ପାଇ ଜିଲ୍ଲା ପାଇଁ ଆଣିଛି ଗର୍ବଆଉ ଗୌରବ ମୁହୂର୍ତ୍ତ। ଏହି ଉଲ୍ଲେଖନୀୟ ସଫଳତା ପାଇଁ ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ସମ୍ମାନ କେବଳ ବିଦ୍ୟାଳୟର ଶିକ୍ଷାଗତ ଉତ୍କର୍ଷତାର ପ୍ରମାଣ ନୁହେଁ, ବରଂ ଜନଜାତି ସମ୍ପ୍ରଦାୟର ଶିକ୍ଷା, ସଶକ୍ତିକରଣ ଓ ସର୍ବାଙ୍ଗୀନ ବିକାଶ ଦିଗରେ କେନ୍ଦୁଝର ଜିଲ୍ଲା ପ୍ରଶାସନର ନିରନ୍ତର ପ୍ରୟାସ ଓ ପ୍ରତିବଦ୍ଧତାର ପ୍ରତିଫଳନ।

