ରାଉରକେଲା ୧୩/୧୧,(ଉତ୍କଳ ସମାଚାର) ଓଡିଶାର ସଂସ୍କୃତି ଓ ପରମ୍ପରାକୁ ନେଇ ସିଭିଲ ଟାଉନସିପ ସାଂସ୍କୃତିକ ପରିଷଦର ୫ତମ ବୋଇତ ବନ୍ଦାଣ ଉତ୍ସବ ନଭେମ୍ବର ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ହେବ ବୋଲି ଆଜି ପାନପୋଷସ୍ଥିତ ତ୍ରିଦେବ ହୋଟେଲ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ସୂଚନା ପ୍ରଦାନ କରିଛନ୍ତି । ସିଭିଲ୍ ଟାଉନସିପ୍ ସାଂସ୍କୃତିକ ପରିଷଦର ସଭାପତି ସୁଜିତ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ପ୍ରତୀକ ଭୂୟାଁ, କୋଷାଧ୍ୟକ୍ଷ ପ୍ରକାଶ ଧଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ (ଚେୟାରମ୍ୟାନ) ପ୍ରମୋଦ ନାୟକ, କାର୍ଯ୍ୟକାରୀ ସଭାପତି ସୁଧାଂଶୁ ସାମଲ, ଉପସଭାପତି ଶଶାଙ୍କ ଶେଖର ପ୍ରଧାନଙ୍କ ସମେତ ବିଭୂତି ଭୂଷଣ ପୁହାଣ, ଜୋସ୍ନା ନାୟକ, ପୁଷ୍ପା ଲେଙ୍କା, ସୁଦାମ ଦାଶ, ବୀରେନ ସେନାପତି ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଥିଲେ ଯେ, ଚଳିତବର୍ଷ ଅନୁଷ୍ଠାନର ଏହା ପଞ୍ଚମ ବୋଇତ ବନ୍ଦାଣ ଉତ୍ସବ ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରାକୁ ବଜାୟ ରଖି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଥିବାରୁ ଏହା ସହରବାସୀଙ୍କ ପାଇଁ ଅନ୍ୟତମ ଆକର୍ଷଣ ପାଲଟିଛି। ଚଳିତ ନଭେମ୍ବର ୨୩ ତାରିଖ ଓ ୨୪ ତାରିଖରେ ଏହି ବୋଇତ ବନ୍ଦାଣ ଉତ୍ସବ କାର୍ଯ୍ୟକ୍ରମରେ ସହରବାସୀ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ କ୍ରିଷ୍ଣା ସାହୁ, ସନ୍ତୋଷ ନାୟକ, ବଳରାମ ନାୟକ, ମନୋଜ ଜେନା, ହରେକୃଷ୍ଣ ମହାନ୍ତି, ହେମନ୍ତ ସାହୁ, ଅନନ୍ତ ପାତ୍ର, ଶିଵୁ ଲାଲ ସାହୁ, ବିରଞ୍ଚି ସାମଲ, ବୈଦ୍ୟନାଥ ସାହୁ, ଦୁର୍ଯ୍ୟୋଧନ ସାହୁ, ପ୍ରତାପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟକ୍ଷ ପ୍ରମୋଦ ନାୟକ ଧନ୍ଯବାଦ ଅର୍ପଣ କରିଥିଲେ।ଆଜିର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ ଯାଇଥିଲା।

