ନବରଙ୍ଗପୁର,14/11,(ଉତ୍କଳ ସମାଚାର) – ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ (ଓୟୁଜେ)ର ନିର୍ବାଚନୀ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁଶାନ୍ତ କୁମାର ବେହେରା ପଞ୍ଚମ ଥର ପାଇଁ ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ବାରିଜ ପଟନାୟକ ସମ୍ପାଦକ ଏବଂ ବରିଷ୍ଠ ସାମ୍ବାଦିକ ନଳିନୀକାନ୍ତ ମିଶ୍ର କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ ହୋଇଛନ୍ତି।ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ମାଲକାନଗିରି ଜିଲ୍ଲା ଓୟୁଜେ ସଭାପତି ଦେବପ୍ରସାଦ ଦାସ ଏବଂ ଓୟୁଜେ ରାଜ୍ୟ ସମ୍ବିଧାନ ସଂଶୋଧନ ସଦସ୍ୟ ଶିବପ୍ରସାଦ କୀର୍ତ୍ତନିଆ ଯୋଗଦେଇ ସମଗ୍ର ନିର୍ବାଚନୀ ପ୍ରକ୍ରିୟାରେ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ। ୫ମଥର ସଭାପତି ନେତୃତ୍ୱ ଚୟନ ପରେ ସଂଘର ସାଂଗଠନିକ ଏକତା ଓ ସାମ୍ବାଦିକଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ ଆହୁରି ସକ୍ରିୟ ଭାବେ କାର୍ଯ୍ୟ କରିବା ସହ ସାମ୍ବାଦିକ ଙ୍କ ସୁରକ୍ଷା ଏବଂ ଅଧିକାର କୁ ପ୍ରାଥମିକତା ଦେବେ ବୋଲି ସୁଶାନ୍ତ ବେହେରା କହିଛନ୍ତି ।ଏହି ଅବସରରେ ସେକ୍ ଫାରୁକ, ଉମାଶଙ୍କର ସାହୁ, ଗୀତା ଦେବୀ, ଉପେନ୍ଦ୍ର ଷଡ଼ଙ୍ଗୀ, ଭି. ଶ୍ରୀନିବାସ ରାଓ, ନକୁଳ ଭତ୍ରା, ମନୋଜ କୁମାର ବାଘ, ଜିତେନ୍ଦ୍ର ଦାସ, ରଞ୍ଜିତ ମହାଙ୍କୁଡ, ଜେସ୍ଫ ସୁନା, ହୃଦୟାନନ୍ଦ ନାୟକ, ସଂଯୁକ୍ତା ରାଉତରାୟ, ଶାନ୍ତନୁ ଚାନ୍ଦ ଓ ପ୍ରଭଞ୍ଜନ ତ୍ରିପାଠୀଙ୍କୁ ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଗୋପାଳ ନାୟକ, ଚିଦାନନ୍ଦ ସାହୁ, ବୁଲୁ ପାଢ଼ୀ, ଲକ୍ଷ୍ମୀକାନ୍ତ ପଣ୍ଡା, ସନ୍ତୋଷ କୁମାର ସିଂହଦେଓ, ତ୍ରିନାଥ, ସଞ୍ଜୟ ପାଢ଼ୀ ଓ ସୁମିତ ଘଣ୍ଟ ମଞ୍ଚାସୀନ ଥିଲେ। ମହେଶ୍ୱର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ଫାଲ୍ଗୁନି ପାତ୍ର ଉପସ୍ଥିତ ସମସ୍ତ ଅତିଥି ଓ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ନିର୍ବାଚନୀ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକରୁ ୧୫୦ରୁ ଊର୍ଦ୍ଧ୍ୱ ସାମ୍ବାଦିକ ଯୋଗଦେଇଥିଲେ। ବିପୁଳ ସଂଖ୍ୟକ ସାମ୍ବାଦିକଙ୍କ ଉପସ୍ଥିତି ଜିଲ୍ଲା ଓୟୁଜେ ସଂଘର ସାଂଗଠନିକ ମଜବୁତି ଓ ସାମ୍ବାଦିକଙ୍କ ମଧ୍ୟରେ ଥିବା ଏକତାର ପରିଚୟ ଦେଇଥିଲା।
