ରାଉରକେଲା,୧୫/୧୧(ଉତ୍କଳ ସମାଚାର):ବ୍ରିଟିସ ମାନଙ୍କ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତୋଳନ କରି ଖୁଂଟକାଟି ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସଂଗ୍ରାମ କରିଥିବା ୨୫ ବର୍ଷର ବାଳକ ବିର୍ସା ମୁଣ୍ଡା ଆଦିବାସୀମାନଙ୍କ ଭଗବାନ ରୁପେ ପୂଜିତ ହେବା ଅତ୍ୟନ୍ତ ସୈାଭାଗ୍ୟର ବିଷୟ ବୋଲି ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା ମତବ୍ୟକ୍ତ କରିଛନ୍ତି । ବିର୍ସା ମୁଣ୍ଡା ଷ୍ଟାଚ୍ୟୁ କମିଟି ଦ୍ୱାରା ଆୟୋଜିତ ୧୫୧ତମ ବିର୍ସା ମୁଣ୍ଡା ଜୟନ୍ତିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ବର୍ମା ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତୀରେ ଭକ୍ତିପୁତ ଶ୍ରଦ୍ଧାଞଳି ଅର୍ପଣ କରିଆଜିର ଝୁବ ପିଢୀ ବିର୍ସା ମୁଣ୍ଡାଙ୍କ ପଦାଙ୍କ ଅନୁଶରଣ କଲେ ଏକ ବିକଶିତ ସମାଜ ଗଠନ ହୋଇ ପାରିବ ବୋଲି କହିଥିଲେ । ଷ୍ଟାଚ୍ୟୁ କମିଟିର ସଂପାଦକ ପ୍ରଫେସର ବିଜୟ କୁମାର ଟପ୍ପୋ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ବିର୍ସା ମୁଣ୍ଡାଙ୍କ ବଳିଦାନ ସଂପର୍କରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିର୍ସା ମୁଣ୍ଡାଙ୍କ ବିରତ୍ୱ ଓ ସଂଗ୍ରାମୀ ଜୀବନୀକୁ ଆହୁରି ଆଦୃତ କରିବା ପାଇଁ ଆଦିବାସୀ ସଂପ୍ରଦାୟକୁ ଉତ୍ସାହିତ କରିଛନ୍ତି ଏବଂ ଆଜିର ଦିବସକୁ ଜନ ଜାତୀୟ ଗୈାରବ ଦିବସ ରୁପେ ପାଳନ କରିବା ପାଇଁ ଦେଶର ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ଏବଂ ଦେଶର ଉନ୍ନତିରେ ଅନୁସୂଚିତ ଜନଜାତି ସର୍ବଦା ଅଗ୍ରସର ହେବେ ବୋଲି କହିଥିଲେ ଷ୍ଟାଚ୍ୟୁ କମିଟିର ଯୁଗ୍ମ-ସଂପାଦକ ପ୍ରସନ୍ନ କୁମାର ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ବିପିୟୁଟିର କୁଳପତି ପ୍ରଫେସର ଅମୀୟ କୁମାର ରଥ ଯୋଗଦେଇ ବୀର ବିର୍ସାମୁଣ୍ଡାଙ୍କ ପ୍ରତିମୁର୍ତୀରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଦିନାଃ ଦସ୍ତଗିର ନିଜ ବକ୍ତବ୍ୟରେ ବିର୍ସା ମୁଣ୍ଡାଙ୍କ ତ୍ୟାଗପୁତ ଜୀବନ ସଂପର୍କରେ ଆଲୋକପାତ କରିବା ସହିତ ଏକ ସୁସ୍ଥ ଓ ବିକଶିତ ସମାଜ ଗଠନ ପାଇଁ ବିର୍ସା ମୁଣ୍ଡାଙ୍କ ପଦାଙ୍କ ଅନୁକରଣ କଲେ ତାଙ୍କ ପାଇଁ ଶ୍ରେଷ୍ଠ ସମ୍ମାନ ହୋଇପାରିବ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଆର.ଏସ୍.ପିର ନିର୍ବାହୀ ନିର୍ଦ୍ଦେଶକ ଏସ.ପାଲ ଚୈାଧୁରୀ ଓ ନିର୍ବାହୀ ନିର୍ଦ୍ଦେଶକ ଦିଲିପ କୁମାର ମିଶ୍ର ଯୋଗଦେଇ ବିର୍ସାମୁଣ୍ଡାଙ୍କ ସଂଗ୍ରାମୀ ଜୀବନ ସଂପର୍କରେ ଆଲୋକପାତ କରି ମାତ୍ର ୨୫ ବର୍ଷ ବୟସରେ ବିର୍ସା ମୁଣ୍ଡା ଏକ ଜାତିର ଭଗବାନ ରୁପେ ପୂଜିତ ହେବା କମ୍ କଥା ନୁହେଁ ଏବଂ ତାଙ୍କର ଉତ୍ସର୍ଗୀକୃତ ତ୍ୟାଗ ସର୍ବଦା ସ୍ମରଣୀୟ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ପାନପୋଷ ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡା ଯୋଗଦେଇ କହିଲେ ଯେ ବିର୍ସାମୁଣ୍ଡାଙ୍କ ତ୍ୟାଗପୂତ ଜୀବନୀ ଇତିହାସ ପୃଷ୍ଠାରେ ଲିପିବଦ୍ଧ । ନିଜର ସମର୍ପିତ ମନୋଭାବ ଯୋଗୁଁ ସେ ଗୋଟିଏ ଜାତିର ଭଗବାନ ରୁପେ ପୂଜିତ ହେବା ଆମ ପାଇଁ ଗର୍ବର ବିଷୟ ଅଟେ ବୋଲି କହିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ଓ ନିମନ୍ତ୍ରିତ ଅତିଥିମାନେ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତୀରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଷ୍ଟାଚ୍ୟୁ କମିଟିର ସଦସ୍ୟ ଓ ସଦସ୍ୟା ମାନଙ୍କ ଦ୍ୱାରା ଅତିଥିମାନଙ୍କୁ ପାରଂପାରିକ ରୀତିରେ ସ୍ୱାଗତ କରାଯାଇଥିଲା । ସଙ୍ଗୀତକାର ଜ୍ୟୋତି ଆଚାର୍ଯ୍ୟ ଓ ବିର୍ସା ମୁଣ୍ଡା ଆଦର୍ଶ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ପୁର୍ବତନ ବିଧାୟକ ବିଧାୟକ ରବି ଦେହୁରୀ, ବିଧାୟକ ପ୍ରଭାତ ମହାପାତ୍ର, ଇସ୍ପାତ କାରଖାନାର ସହରସେବା ବିଭାଗର ସିଜିଏମ ତପନ କୁମାର କାନେକର ଓ ଟାନ ଇଂଜିନିୟରିଂ ବିଭାଗର ସିଜିଏମ ଚନ୍ଦର ମୋହନ ଚୁଘ ଓ ମହାପ୍ରବନ୍ଧକତ୍ରିନାଥ ନାୟକ, ମୁଖ୍ୟ ମହାପ୍ରବନ୍ଧକ ବିଭାବସୁ ମଲ୍ଲିକ, ଲୋକ ସଂପର୍କ ଓ ସଂଚାର ମୁଖ୍ୟ ମହାପ୍ରବନ୍ଧକ ଅର୍ଚ୍ଚନା ଶତପଥୀ, ସହରସେବା ବିଭାଗର ମହାପ୍ରବନ୍ଧକ ପି.କେ.ସାହୁ, ଉପମହାପ୍ରବନ୍ଧକ ଟି.ବି.ଟପ୍ପୋ ଜିଲ୍ଲ୍ା ସୂଚନା ଓ ଲୋକସଂପର୍କ ଅଧିକାରୀ ସୀମା ଫତିମା ଏକ୍କା, ବିଜେପିର ରାଜ୍ୟପ୍ରବକ୍ତା ଧୀରେନ ସେନାପତି, ସମାଜସେବୀ ରିଙ୍କୁ ସାମଲ, ବରିଷ୍ଠ ବିଜେଡି ନେତା, ବିରେନ ସେନାପତ. ପ୍ରଶାନ୍ତ ସେଠୀ ଓ କୈଳାସ ସାହୁ, ସୁନ୍ଦରଗଡ ଜିଲ୍ଲା ବିଜେପି ପ୍ରବକ୍ତା ଗଙ୍ଗାଧର ଦାଶ, ସିଟୁର ଶ୍ରମିକ ନେତା ବିମାନ ମାଇତି, ଓ ରାଜ କିଶୋର ପ୍ରଧାନ, ହମିରପୁର ଉନ୍ନୟନ ପରିଷଦର ସଭାପତି ସୁମନ ଦତ, ମହାତ୍ମାଗାନ୍ଧୀ ଜୟନ୍ତି କମିଟି ସଂପାଦିକା ସବୀତା ଖାତୁନ, ସମାଜସେବୀ ଚନ୍ଦ୍ର ଶେଖର ଶତପଥୀ, ସେଲ୍ ଅନୁସୂଚିତ ଜାତି ଓ ଜନଜାତୀ ଏମ୍ଲାଇଜ ଫେଡେରେସନର ସଭାପତି ଭଗବାନ ସେଠୀ ଓ ସାଧାରଣ ସଂପାଦକ ଶରତ ଚନ୍ଦ୍ର ପରିଚ୍ଛା, ସର୍ବ ସମନ୍ୱୟ ସଂଘର ସଭାପତି ବିପ୍ର ଚରଣ ସେଠୀ, ସାଧାରଣ ସଂପାଦକ ଶୁକଦେବ ମଲ୍ଲିକ, ଉପସଭାପତି କୈଳାସ ଚନ୍ଦ୍ର ମାହାଳୀ, ସାଗରୀକା ୱେଲଫର ଟ୍ରଷ୍ଟର ସଭାପତି ଜୟନ୍ତି ଦାସ,ଗମ୍ଭିରା ନାୟକ ଓ ସସ୍ମିତା ଜେନା, ସେଲ ଏସ୍ସି ଓ ଏସ୍ଟି ଫେଡେରେସନର ସଂପାଦକ ଚିତ୍ରସେନ ତାର୍ଜନ, କ୍ରୀଡାବିତ ସ୍ୱର୍ଣ୍ଣପ୍ରଭା ମହାନ୍ତି, ବିଶିଷ୍ଟ ସଂଗଠକ ଅମିତାଭ ଠାକୁର ଓ ଅସିତ ମହାନ୍ତି, ପ୍ରମୁଖ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ବିର୍ସା ମୁଣ୍ଡାଙ୍କ ଉପରେ ଆଧାରିତ ବିଦ୍ୟାଳୟ ସ୍ଥରୀୟ ବକ୍ତୁତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଷ୍ଟାଚ୍ୟୁ କମିଟି ପକ୍ଷରୁ ଉପସଭାପତି ମାର୍ସଲ କାଣ୍ଡୁଲାନା, ଡା.ଏମ୍.ସୋରେନ,ଯୁଗ୍ମ .ସଂପାଦକ ମାର୍ସଲ ପୂର୍ତୀ, ପି.ଏଲ୍.ନାୟକ, ମନୋରଂଜନ କାଣ୍ଡୁଲାନା, ସୁନିଲ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ସୁବାଷ ଚନ୍ଦ୍ର ସାହୁ, ପ୍ରମୋଦ କୁମାର ବକ୍ସି, ଦୀପକ ରାଉତରାୟ, ଅନିରୁଦ୍ଧ ସ୍ୱାଇଁ, ଲଳିତ କୁଜୁର ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଶ୍ରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

