ସୋମବାର ସକାଳେ ପୂଜାର୍ଚ୍ଚନା କରାଯିବା ସହ ଉଦୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ
ରାଉରକେଲା:16//11,(ଉତ୍କଳ ସମାଚାର) ଲୋକପର୍ବ ଛଠ୍ ଅବସରରେ ପୂଜାର୍ଚ୍ଚନା ପାଇଁ ରାଉରକେଲା ଏବଂ ଏହାର ଆଖପାଖ ଅଞ୍ଚଳର ଦେଢ଼ ଦର୍ଜନ ଘାଟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ରବିବାର ସନ୍ଧ୍ୟା ଏବଂ ସୋମବାର ସକାଳେ ପୂଜାର୍ଚ୍ଚନା କରାଯିବା ସହ ଭଗବାନ ଭାସ୍କରଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଇଥିଲା। ଆରଏମସି (RMC) ପକ୍ଷରୁ ଘାଟଗୁଡ଼ିକରେ ସଫେଇ, ମରାମତି, ଆଲୋକୀକରଣ ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା।ଲୋକ ଆସ୍ଥାର ମହାପର୍ବ ଛଠ୍କୁ ଦୃଷ୍ଟିରେ ରଖି ରାଉରକେଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ସହରର ପ୍ରାୟ ଦେଢ଼ ଦର୍ଜନ ପ୍ରମୁଖ ଛଠ୍ ଘାଟରେ ରବିବାର ସନ୍ଧ୍ୟାରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ଏବଂ ସୋମବାର ସକାଳେ ଉଦୟମାନ ସୂର୍ଯ୍ୟଙ୍କୁ ପୂର୍ଣ୍ଣାଙ୍ଗ ଅର୍ଘ୍ୟ ଅର୍ପଣ କରାଯାଇଥିଲା। ଏଥିପାଇଁ ରାଉରକେଲା ମହାନଗର ନିଗମ (RMC) ର ସହଯୋଗରେ ଘାଟଗୁଡ଼ିକର ମରାମତି, ସଫେଇ, ଆଲୋକ ବ୍ୟବସ୍ଥା, ପାନୀୟ ଜଳ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଉପଲବ୍ଧ କରାଯାଇଥିଲା।ବିହାର ସାଂସ୍କୃତିକ ପରିଷଦ, ଡିଓଟି (DOT), ବିହାରୀ ଯୁବ ମଞ୍ଚ, ସ୍ୱର୍ଣ୍ଣକାର ଯୁବ ମଞ୍ଚ ଏବଂ ଆଦିତ୍ୟ ଘାଟ ଛଠ୍ ପୂଜା ସେବା ଟ୍ରଷ୍ଟ ସମେତ ଏକାଧିକ ସାମାଜିକ ଅନୁଷ୍ଠାନ ପକ୍ଷରୁ ବ୍ରତଧାରୀ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଶଙ୍ଖ, କୋଏଲ ଏବଂ ବ୍ରାହ୍ମଣୀ ନଦୀର ବିଭିନ୍ନ ଘାଟ ବ୍ୟତୀତ ଝିରପାଣି ଆଦିତ୍ୟ ଘାଟ, ବାଲୁ ଘାଟ, ମୂର୍ତ୍ତି ବିସର୍ଜନ ଘାଟ, ସେକ୍ଟର-୧୬ ଘାଟ, ଗୋପବନ୍ଧୁପାଲି ପୋଖରୀ ଏବଂ ବଣ୍ଡାମୁଣ୍ଡା ପୋଖରୀ, ପନପୋଷ ପୋକଲା ଘାଟ ସମେତ ସହରର ପ୍ରମୁଖ ଛଠ୍ ଘାଟଗୁଡ଼ିକରେ ଅଧିକ ଭିଡ଼ ପରିଲକ୍ଷିତ ହୋଇଥିଲା।ଝିରପାଣି ଘାଟରେ ଆଦିତ୍ୟ ଘାଟ ସେବା ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ଅର୍ଘ୍ୟ ପାଇଁ କ୍ଷୀର, କର୍ପୂର, କାଠ ଏବଂ ଅନ୍ୟାନ୍ୟ ସାମଗ୍ରୀର ବ୍ୟବସ୍ଥା କରାଯାଇଥିଲା। ଅଧା ଡର୍ଜନରୁ ଅଧିକ ସଂଗଠନ ଶ୍ରଦ୍ଧାଳୁମାନଙ୍କୁ ଚା’ ଓ ଅନ୍ୟାନ୍ୟ ସେବା ଯାଇବାରେ ନିୟୋଜିତ ଥିଲେ। ଏଥିରେ ସଭାପତି ଡି.ଏନ୍. କୁମାର, ଚେୟାରମ୍ୟାନ୍ ସଞ୍ଜୟ ସିଂହ, ମହାସଚିବ ବିଜୟ ସିଂହ, ମହେନ୍ଦ୍ର ମହତୋ, ହରିଶଙ୍କର ସାହ, ସୋନୁ ଚୌଧୁରୀ, ରାଜକୁମାର ପାଣ୍ଡେ, କୃଷ୍ଣା ସିଂହ ସମେତ ଅନ୍ୟାନ୍ୟ ସଦସ୍ୟମାନେ ସକ୍ରିୟ ଅବଦାନ ରଖିଥିଲେ।


