ରାଉରକେଲା:17//11,(ଉତ୍କଳ ସମାଚାର) ବିର୍ସା ଡହର ରୋଡ୍ ସ୍ଥିତ ଶ୍ରୀ କଚ୍ଛ ଗୁର୍ଜର କ୍ଷେତ୍ରୀୟ ସମାଜ ପକ୍ଷରୁ ବାବା ଜଳାରାମଜୀଙ୍କ ଜୟନ୍ତୀ ବେଶ୍ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ସନ୍ଧ୍ୟା ୭ଟାରୁ ବାବା ଜଳାରାମଙ୍କ ଦରବାରକୁ ଫୁଲ ଏବଂ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଭଜନ ଗାୟିକା ବୈଶାଳୀ ଶର୍ମାଙ୍କ ଦ୍ୱାରା ସୁମଧୁର ଭଜନ ପରିବେଷଣ କରାଯାଇଥିଲା, ଯାହାକି ଭକ୍ତମାନଙ୍କୁ ବିମୋହିତ କରିଥିଲା। ଭଜନ ପରେ ଏକ ବିଶାଳ ଭଣ୍ଡାରାର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶ୍ରୀ କଚ୍ଛ ଗୁର୍ଜର କ୍ଷେତ୍ରୀୟ ସମାଜର କିଶୋର ଭାଇ ଟାକ, ଜ୍ୟୋତିଷ ଭାଇ ଯୋଷୀ, ଭୂପେଶ ଭାଇ ଯୋଷୀ, ଦିନେଶ ଭାଇ ପରମାର, ଭରତ ଭାଇ ରାଠୋଡ଼, ଚନ୍ଦ୍ରେଶ ଚୌହାନ, ରାଜୁ ଭାଇ ଯୋଷୀ, ଭାବେଶ ଭାଇ ପଟେଲ ପ୍ରମୁଖ ଅନ୍ୟ ସଦସ୍ୟମାନଙ୍କର ସକ୍ରିୟ ଅବଦାନ ରହିଥିଲା। ଏହି ଉତ୍ସବରେ ପ୍ରଚୁର ସଂଖ୍ୟାରେ ଭକ୍ତମାନେ ଯୋଗଦେଇଥିଲେ।

