ରାଉରକେଲା:18//11,(ଉତ୍କଳ ସମାଚାର)ସକାଳ ୦୯:୦୦ ଟାରୁ ଦ୍ୱିପ୍ରହର ୦୨:୦୦ ଟା ପର୍ଯ୍ୟନ୍ତ କୋଏଲନଗର ସି ବ୍ଲକ କମ୍ୟୁନିଟି ସେଣ୍ଟରରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୪୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଜଗଦୀପ ରନ୍ଧାୱା, ରାଉରକେଲା ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣିମା କେରକେଟ୍ଟା, ସମାଜସେବୀ ଶ୍ରୀ ସୁରେଶ ଶର୍ମା, ଶ୍ରୀ ରବୀନ୍ଦ୍ର ପାଣ୍ଡବ, ଚୌବେ ସାର୍, ବିଜେପିର ଯୁବା ନେତା ସନ୍ତୋଷ ବିଶ୍ୱାଳ, ଶ୍ରୀକାନ୍ତ ରାୟ, ଆଦିତ୍ୟ ତିୱାରୀ, ସୌମ୍ୟା ଜେନା, ସୋନୁ ସିଂହ, ସତ୍ୟବାନ ନାୟକ ଓ ରଞ୍ଜିତ ମହାରଣା ପ୍ରମୁଖ ଦୀପ ପ୍ରଜ୍ୱଳନ କରି ରକ୍ତଦାନ ଶିବିରର ଶୁଭାରମ୍ଭ କରିଥିଲେ। ଏଥିସହିତ ସ୍ୱର୍ଗୀୟ ଶ୍ରୀ ଅଶୋକ ସିଂଘଲ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ତାଙ୍କର ରାମମନ୍ଦିର ଆନ୍ଦୋଳନକୁ ସ୍ମରଣ କରାଯାଇଥିଲା।ଏହି ରକ୍ତଦାନ ଶିବିରକୁ ସଫଳ କରିବାରେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ଓଡ଼ିଶା ପ୍ରାନ୍ତ ମହାସଚିବ ଶ୍ରୀ ରାଜୁ ସିଂହ, ଆନ୍ତର୍ଜାତୀୟ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଶ୍ରୀ ସନ୍ଦୀପ ଶର୍ମା, ଜିଲ୍ଲା ମହାସଚିବ ଶ୍ରୀ ସ୍ୱାମୀ ନିତ୍ୟାନନ୍ଦ, ରାଷ୍ଟ୍ରୀୟ ବଜରଙ୍ଗ ଦଳର ବାସୁଦେବ କୁମାର, ଆଶିଷ ମହନ୍ତୋ, ପବିତ୍ର ମହାନ୍ତି, ହାପି ପଟ୍ଟନାୟକ, ସୂରଜ ମହନ୍ତୋ, ଲକି ସିଂହ, ସୌରଭ ବିଷ୍ଟ, ଦେବାଶିଷ ହୋତା, ପବିତ୍ର ମହାନ୍ତି, ଆଶୀର୍ବାଦ ବରାଳ ତଥା ରାଷ୍ଟ୍ରୀୟ ମହିଳା ପରିଷଦର ଜିଲ୍ଲା ସଭାପତି ବାସନ୍ତୀ ସେଠୀ, ଓଜସ୍ୱିନୀର ଜିଲ୍ଲା ସଭାପତି ସୀମା ତାନ୍ତୀ, ନିକିତା ଦୀପ ଏବଂ ଲିପ୍ସା ରଞ୍ଜିତ ପ୍ରମୁଖଙ୍କ ପ୍ରୟାସ ଏହି ଆୟୋଜନକୁ ସଫଳ କରିଥିଲା।

