ଉମରକୋଟ:୧୮/୧୧,(ଉତ୍କଳ ସମାଚାର)ନରସିଂବାଘ ଜଣେ ଗର୍ଭବତୀ ମହିଳାଙ୍କୁ ରକ୍ତର ଆବଶ୍ୟକତା ଥିବା ବେଳେ ଜଣେ ସାମ୍ବାଦିକ ଠିକ ସମୟରେ ପହଂଚି ମହିଳାଙ୍କୁ ରକ୍ତ ଦେଇ ନୁଆଁ ଜୀବନ ଦେଇଥିବା ଜଣାପଡିଛି |ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଜଡେଙ୍ଗା ପଂଚାୟତ ଅନ୍ତର୍ଗତ ହୀରାପାରା ଗ୍ରାମର ପୋତିରାମ ଗଣ୍ଡଙ୍କ ସ୍ତ୍ରୀ ରଇଲା ଗଣ୍ଡଙ୍କୁ ପ୍ରସବ ବେଦନା ହେବାରୁ ତାଙ୍କୁ ପରିବାର ଲୋକେ ହାଟଭରଣ୍ଡି ଡାକ୍ତରଖାନାକୁ ନେଇଯାଇଥିଲେ |ସେଠାରୁ ଡାକ୍ତର ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ |ସେଠାରେ ପହଂଚିବା ପରେ ସ୍ୱାଭାବିକ ଭାବେ ପ୍ରସବ ନହେବାରୁ ଅପେରସନ କରି ଏକ ପୁତ୍ର ସନ୍ତାନକୁ ବାହାର କରିଥିଲେ |କିନ୍ତୁ ଏହି ସମୟରେ ମହିଳାଙ୍କୁ ଓ ପୋଜେଟିଭ ରକ୍ତର ଅତି ଆବଶ୍ୟକ ହୋଇପଡିଥିଲା |ରକ୍ତ ପାଇଁ ପରିବାରଲୋକେ ସମ୍ପର୍କୀୟ ବନ୍ଧୁବାନ୍ଧବ ଓ ଚିହ୍ନା ପରିଚିତ ମାନଙ୍କୁ ଯୋଗାଯୋଗ କରିଥିଲେ ହେଁ ବିଫଳ ହୋଇଥିଲେ |ଏ ଖବରଟି ଉମରକୋଟ କଳିଙ୍ଗ ସମାଜ ପ୍ରତିନିଧି ଲାଲଧର ଦୁର୍ଗାଙ୍କ କାନରେ ପଡିବା ମାତ୍ରେ ସଙ୍ଗେ ସଙ୍ଗେ ମେଡିକାଲରେ ପହଂଚି ରକ୍ତଦାନ କରି ମହିଳାଙ୍କ ଜୀବନ ବଞ୍ଚାଇଥିଲେ |ଲାଲଧରଙ୍କ ଏଭଳି କାମକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି

