ରାଉରକେଲା, ୧୮//୧୧:(ଉତ୍କଳ ସମାଚାର) ସୁନ୍ଦରଗଡ଼ ଜିଲ୍ଲା ସାମ୍ବାଦିକ ୟୁନିଅନ୍(ଏସ୍ୟୁଜେ)ର ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ସେକ୍ଟର-୧୯ ସ୍ଥିତ ସରୋବର ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ୟୁନିଅନ୍ର ଉପଦେଷ୍ଟା ସତ୍ୟାନନ୍ଦ ମହାନ୍ତିଙ୍କ ସଭାପତିତ୍ବରେ ବସିଥିବାବେଳେ ଆବାହକ ଅଶୋକ ଦାସ ସଭା ପରିଚାଳନା କରିଥିଲେ। ବୈଠକରେ ପ୍ରଥମେ ପୁରୁଣା କମିଟିକୁ ଭଙ୍ଗ କରି ଏକ ନୂତନ କମିଟି ଗଠନ ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା। ଏହି ପ୍ରସ୍ତାବରେ ସର୍ବସମ୍ମତିକ୍ରମେ ନୂତନ କମିଟିର ପରାମର୍ଶଦାତା ଭାବେ ସତ୍ୟାନନ୍ଦ ମହାନ୍ତି ଓ ସତ୍ୟାନନ୍ଦ ବେହେରାଙ୍କୁ ଦାୟିତ୍ବ ମିଳିଥିବା ବେଳେ ଆବାହକ ଭାବେ ଅଶୋକ ଦାସ, ସଭାପତି ଭାବେ ସଞ୍ଜିବ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଭାବେ ଦେବାଶିଷ କବି, ଉପସଭାପତି ଭାବେ ରାଜେନ୍ଦ୍ର ବେହେରା, ରଞ୍ଜିତ ଚୌଧୁରୀ ଓ ଆଲୋକ କରଙ୍କୁ ଚୟନ କରାଯାଇଛି। ସେହିଭଳି ସାଧାରଣ ସମ୍ପାଦକ ଭାବେ ସଞ୍ଜିବ କୁମାର ନାୟକ, ଯୁଗ୍ମ ସମ୍ପାଦକ ଭାବେ ଅବିନାଶ ଶର୍ମା, ସୁଧୀର ଦାସ ଓ ସୁଜ୍ଞାନୀ ରାୟ, ସାଂଗଠନିକ ସମ୍ପାଦକ ଭାବେ ସୁଜିତ ମହାନ୍ତି, କୋଷାଧ୍ୟକ୍ଷ ଭାବେ ସୁଦର୍ଶନ ଜେନା, ସଂଯୋଜିକା ଭାବେ ମିନାକ୍ଷୀ ନାୟକ ଓ ଆଇଟି ସେଲ୍ ସଂଯୋଜକ ଭାବେ ନଗେଶ ପଢ଼ୀଙ୍କୁ ଚୟନ କରାଯାଇଛି। କାର୍ଯ୍ୟକାରିଣୀ ସଦସ୍ୟ ଭାବେ ପ୍ରକାଶ ମହାକୁଲ, ପଙ୍କଜ କୁମାର ମହାନ୍ତି, ଅଭୟ ନାୟକ, ସଞ୍ଜୟ ସାହୁ, ହିମାଂଶୁ ଗୌଡ଼, ସୁର୍ଜିତ ନନ୍ଦ, ସୁନୀଲ ପଣ୍ଡା, ଗଣେଶ ସାହୁ ଓ ସରୋଜ ମହାନ୍ତିଙ୍କୁ ଦାୟିତ୍ବ ଦିଆଯାଇଛି। ସଂଘକୁ ସୁଦୃଢ଼ କରିବା ସହ ସମସ୍ତେ ମିଳିମିଶି କାମ କରିବା ନେଇ ମତପ୍ରକାଶ ପାଇଥିଲା।

