କେନ୍ଦୁଝର:18//11,(ଉତ୍କଳ ସମାଚାର) ଗତ ୨୩ ଅକ୍ଟୋବର ୨୦୨୬ ତାରିଖରେ ଓଡ଼ିଶା କେନ୍ଦୁଝର ଜିଲ୍ଲାର ଘସିପୁରା ଥାନା ଅନ୍ତର୍ଗତ ବସନ୍ତପୁରସ୍ଥିତ ଜାହେର ଗଡ଼ରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଥିବା ସମୟରେ, ହଠାତ୍ ଲାଠି, ଭୁଜାଲି, ତରବାରୀ ଏବଂ ଲୁହା ରଡ଼ ଭଳି ମାର୍ତ୍ତାକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ପ୍ରାୟ ୨୦ ଜଣଲୋକଙ୍କର ଏକ ଦଳ ସେଠାରେ ପହଞ୍ଚିଥିଲେ। ଏହି ଦଳର ନେତୃତ୍ୱ ନେଉଥିଲେ ଘସିପୁରା ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମର ହାଡି ବନ୍ଧୁଙ୍କ ପୁଅ ଅକ୍ଷୟ କୁମାର ସାହୁ ଏବଂ ମନ୍ଟୁ ସେମାନେ ଜୋରଜବରଦସ୍ତି ସେହି ପବିତ୍ର ସ୍ଥାନ ଭତରକୁ ପଶିଆସିଥିଲେ, ଯେଉଁଠାରେ ଧର୍ମୀୟ ପୂଜାର୍ଚ୍ଚନା କରାଯାଉଥିଲା।ସେମାନେ ଅତ୍ୟନ୍ତ ଅଶ୍ଳୀଳ, ଅକଥନୀୟ, ଅଶ୍ରାବ୍ୟ ଏବଂ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାକୁ ଲାଗିଲେ। ସେମାନେ “ଜାହେର ଆୟୋ”ଙ୍କ ପାଇଁ ସ୍ଥାପିତ ହୋଇଥିବା ପଥରଗୁଡ଼ିକୁ ଭାଙ୍ଗିବାକୁ ଲାଗିଲେ ଏବଂ ମହିଳାମାନଙ୍କ ଉପସ୍ଥିତିରେ ସେଠାରେ ପାନ/ଗୁଟଖା ଛେପ ପକାଇବା ସହିତ ପରିସ୍ରା ମଧ୍ୟ କରିଥିଲେ। ସେମାନେ ଉପସ୍ଥିତ ଥିବା ମହିଳା ଏବଂ ପୁରୁଷମାନଙ୍କୁ ଶାରୀରିକ ଭାବରେ ଆକ୍ରମଣ କରିଥିଲେ। ସେମାନେ ପ୍ରାୟତଃ ନିମ୍ନମାନର ଶବ୍ଦ ବ୍ୟବହାର କରିବା ସହ କ୍ରେଧାନ୍ୱିତ ହୋଇ ବିଭିନ୍ନ ନାରାବାଜି ଦେଇଥିଲେ। “ଜୟ ବଜରଙ୍ଗ ବାଲି କି ଜୟ” ଏବଂ “ଜୟ ଶ୍ରୀ ରାମ” ନାରା ଦେଇଥିଲେ। କେତେକ ସଦସ୍ୟ ଗ୍ରାମବାସୀମାନଙ୍କୁ ମାରିଦେବାର ଗୁରୁତର ଧମକ ଦେଇଥିଲେ। ସୂଚନା ଅନୁଯାୟୀ, କେତେକ ବ୍ୟକ୍ତି ନାଏକଙ୍କ ପତ୍ନୀଙ୍କ ବ୍ଲାଉଜ୍ ଛିଣ୍ଡାଇବାକୁ ମଧ୍ୟ ପ୍ରୟାସ କରିଥିଲେ। ଏହି ସମ୍ବେଦନଶୀଳ ଘଟଣା କୁ ନେଇ ଆଜି କେନ୍ଦୁଝର ସଦରମହକୁମା ରେ ମୟୂରଭଞ୍ଜ ,ସୁନ୍ଦରଗଡ ,କେନ୍ଦୁଝର ଆଦି ଜିଲ୍ଲାର ହଜାର ହଜାର ସାନ୍ତାଳ ଆଦିବାସୀ ଭାଇ ଭଉଣୀ ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ବେଶଭୁଷା ସହିତ ସମବେତ ହୋଇ ସରକାରୀ ଉଦାସୀନତା ବିରୁଦ୍ଧରେ ନାରା ଦେବାସହିତ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ବିଧାନ ପାଇଁ ଦାବୀ କରିଥିଲେ ,ଦେଶ ପରଗନା ରୁ ଜଗଦୀଶ ବାସ୍କେ ,ଦେଶଯୋଗ ପରଗନା ରୁ ହଳଧାରମୁର୍ମୁ,ଦେଶପରନିକ ରୁ ନିମୁ ତୁଡୁ ,ଦେଶଗୋଡେତ ରୁ ହେମବ୍ରମ ପ୍ରମୁଖ ଏହି ବିଶାଳ ପ୍ରତିବାଦ ଶୋଭାଯାତ୍ରା ର ନେତୃତ୍ବ ନେଇଥିଲେ ଏହା ଆମ ପାଇଁ ଅତ୍ୟନ୍ତ ମର୍ମାହତ ଘଟଣା। ଏହା କେବଳ ବସନ୍ତପୁର ଗ୍ରାମବାସୀଙ୍କର ନୁହେଁ, ବରଂ ଭାରତର ସମଗ୍ର ଆଦିବାସୀ ସମ୍ପ୍ରଦାୟର ଶାନ୍ତିକୁ ଭଙ୍ଗ କରିଛି ଏବଂ ଆମର ଧର୍ମୀୟ ଭାବବେଳକୁ ଆଘାତ ଦେଇଛି। ବୋଲି ଆଦିବାସୀ ସମୁଦାଯ ମାନ୍ୟବର ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ପ୍ରତିବାଦ ପତ୍ର ଦେଇଥିଲେଏଥି ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ପୂର୍ବରୁ ଘଟିଥିବା କେତେକ ଘଟଣାକୁ ମଧ୍ୟ ଉଲ୍ଲେଖ କରି , ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବଣେଇଗଡ଼ ଥାନା ଅଧୀନ ବାଣେଇଗଡ଼ର ଫାଟୁ ମୁଣ୍ଡା। ଘରୋଇ କାମ ପାଇଁ ନେଇଯାଉଥିବା ବଳଦଗୁଡ଼ିକୁ ଆରଏସ୍ଏସ୍/ବଜରଙ୍ଗ ଦଳର କିଛି ଲୋକ ଅତି ନିର୍ମମ ଭାବରେ ପ୍ରହାର କରିଥିଲେ। କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଘଟଗାଁ ବ୍ଲକର ମେଳଣ ଘଟଣା। ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକା ଝିଅକୁ ଅପହରଣ କରାଯାଇଥିଲା। ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ଜେଲରୁ ଖଲାସ ହୋଇଯାଇଥିଲା। କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଘଟଗାଁ ବ୍ଲକସ୍ଥିତ ବଳିଜୁଡ଼ି ଆଶ୍ରମ ବିଦ୍ୟାଳୟରେ ୮ ରୁ ୯ ବର୍ଷ ବୟସର ତିନି ଜଣ ନାବାଳିକା ଝିଅଙ୍କୁ ଖୋଦ୍ ପ୍ରଧାନଶିକ୍ଷକ ଦୁଷ୍କର୍ମ କରିଥିଲେ। ଭୟଭୀତ ହୋଇ ସେମାନେ ବିଦ୍ୟାଳୟ ପରିସର ଚିରଦିନ ପାଇଁ ଛାଡ଼ି ପଳାଇଥିଲେ। ପ୍ରଧାନଶିକ୍ଷକ ଜାମିନରେ ମୁକ୍ତ ହୋଇ ଅନ୍ୟତ୍ର ବଦଳି ହୋଇଯାଇଥିଲେ।. ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଜାମଦା ବ୍ଲକରେ, ସୁନାରାମ ସୋରେନ୍ଙ୍କ ପ୍ରତିମୂର୍ତ୍ତିକୁ ଅବମାନନା କରାଯାଇ ସେଠାରେ ଆରଏସ୍ଏସ୍ ପତାକା ଉତ୍ତୋଳନ କରାଯାଇଥିଲା। ପୁଣି, ଆରଏସ୍ଏସ୍ ଏବଂ ବଜରଙ୍ଗ ଦଳର ଲୋକମାନେ ସେହି ସ୍ଥାନର ଲୋକଙ୍କୁ “ଆଦିବାସୀ ମୁର୍ଦାବାଦ” ବୋଲି କହି ନାରାବାଜି କରିଥିଲେ। ସେମାନେ ଜାଣିଶୁଣି ପରିସ୍ଥିତିକୁ ଅଶାନ୍ତ କରିବାକୁ ଚାହୁଁଛନ୍ତି। ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ସେହି ସମାନ ପୁଲିସ ଷ୍ଟେସନ୍ ଅଧୀନ ବାହାଳଡ଼ା ବ୍ଲକରେ ଦିନଦାଉରେ ଜଣେ ଆଦିବାସୀ କଲେଜ ଝିଅକୁ ଦୁଷ୍କର୍ମ ପ୍ରୟାସ କରାଯାଇଥିଲା। ପରଦିନ ଏକ ପ୍ରତିବାଦ ଧର୍ମଘଟ କରାଯାଇଥିଲା। ଅନ୍ୟପକ୍ଷରେ, ପୋଲିସ ମହିଳାଙ୍କ ସମେତ ପ୍ରତିବାଦକାରୀମାନଙ୍କୁ ଗିରଫ କରିଥିଲା ଏବଂ ଏଫ୍ଆଇଆର୍ ଗ୍ରହଣ କରିବାକୁ ମନା କରିଦେଇଥିଲା। ହାଟଡ଼ିହି ବ୍ଲକ ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ, ଆରଏସ୍ଏସ୍ ଉପଦ୍ରବୀମାନଙ୍କ ଦ୍ୱାରା ଜାହେର ଆୟୋଙ୍କ ସ୍ଥାନରେ ହନୁମାନ ମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା। ସେଠାରେ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଚିଲିକିଦାରା ଗ୍ରାମରେ, ଆରଏସ୍ଏସ୍ କର୍ମୀମାନେ ଇକୋ-ଜାହେର ଥାନରେ ନିଆଁ ଲଗାଇ ଦେଇଥିଲେ। ଏହାର ଇକୋ-ସିଷ୍ଟମ ସମ୍ପୂର୍ଣ୍ଣପ୍ରାୟ ଜଳିପୋଡ଼ି ନଷ୍ଟ ହୋଇଯାଇଥିଲା। ଏନେଇ କୌଣସି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।. ବାଂଶପାଳ ବ୍ଲକ ଅନ୍ତର୍ଗତ ମୁଣ୍ଡା ସମ୍ପ୍ରଦାୟର ଜଣେ ନାବାଳିକା ଝିଅକୁ ଦୁଷ୍କର୍ମ କରାଯାଇଥିଲା। ଏହି ମାମଲାକୁ ପୋଲିସ ଦ୍ୱାରା ଚାପି ଦିଆଯାଇଥିଲା। ଅଭିଯୁକ୍ତ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା, ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିଲା।. କେନ୍ଦୁଝର ଜିଲ୍ଲାର ବାଥୁଡ଼ି ସମ୍ପ୍ରଦାୟର ମିନାରାଣୀ ନାଏକଙ୍କ ସମାନ ପ୍ରକାରର ଏକ ମାମଲାକୁ ମଧ୍ୟ ସମ୍ପୂର୍ଣ୍ଣ ରଦ୍ଦ କରାଯାଇଥିଲା।. ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ତେନ୍ତଳାପୋଷି ଗ୍ରାମର ଏକ ହତ୍ୟା ମାମଲାରେ ଅଭିଯୁକ୍ତ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।. ବସନ୍ତପୁର ଗ୍ରାମ ଘଟଣାର ଠିକ୍ ଗୋଟିଏ ଦିନ ପୂର୍ବରୁ, ଅର୍ଥାତ୍ ୨୨ ଅକ୍ଟୋବର ୨୦୨୬ ରେ, ବଜାରକୁ ଯିବା ସମୟରେ ମହେଶ୍ୱର ଜେନାଙ୍କ ପୁଅ ବିଭୂତି ଜେନା ଦ୍ୱାରା ବାଂଶପାଳ ବ୍ଲକର ଜଣେ ନାବାଳିକା ଝିଅକୁ ଅପହରଣ ଏବଂ ଦୁଷ୍କର୍ମ କରାଯାଇଥିଲା। ଏହି ମାମଲା ରାମଚନ୍ଦ୍ରପୁର ଥାନାରେ ପଞ୍ଜୀକୃତ ହୋଇଥିଲା। ଏସବୁ ହେଉଛି ଅତ୍ୟନ୍ତ ମର୍ମାହତ ଘଟଣା। ଏଭଳି ଅପରାଧ କରିବାକୁ ସେମାନଙ୍କର ଏତେ ସାହସ କିପରି ହେଉଛି? ମୁଖ୍ୟ କଥା ହେଉଛି ପୋଲିସ ଆଖି ବୁଜି ବସିଛି। ପୋଲିସ ନିଜର ଦାୟିତ୍ୱ ଠିକ୍ ଭାବରେ ପାଳନ କରୁନାହିଁ। ଲୋକମାନେ କାହାକୁ ବିଶ୍ୱାସ କରିବେ? ଏପରି ଅପରାଧର ଏକ ଲମ୍ବା ତାଲିକା ରହିଛି। କେନ୍ଦୁଝର ଜିଲ୍ଲାରେ ଏଭଳି ଅନେକ ମାମଲା ରହିଛି ଏବଂ ଅଣ-ଆଦିବାସୀ ସମ୍ପ୍ରଦାୟ ଦ୍ୱାରା ଆଦିବାସୀ ଜମିକୁ ବେଆଇନ ଏବଂ ଜୋରଜବରଦସ୍ତି ଛଡ଼ାଇ ନେବା/ହଡ଼ପ କରିବାର ଘଟଣା ମଧ୍ୟ ଘଟୁଛି। ରାଜ୍ୟରେ ଏପରି ଗମ୍ଭୀର ଅପରାଧୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ ନହେବା ଦ୍ୱାରା ଏଭଳି ଘଟଣାର ପୁନରାବୃତ୍ତି ପାଇଁ ନିଆଁରେ ଘିଅ ଢାଳିବା ଭଳି କାମ କରୁଛି। ଏପରି ଗମ୍ଭୀର ଅପରାଧ, ଶାରୀରିକ ହିଂସା, ଧର୍ମୀୟ ଅସହିଷ୍ଣୁତା , ଭୟଭୀତ କରିବା ଏବଂ ଏକ ସ୍ୱଦେଶୀ ଆଦିବାସୀ ସମ୍ପ୍ରଦାୟର ଧର୍ମୀୟ ଭାବନା, ମର୍ଯ୍ୟାଦା ଏବଂ ସାଂସ୍କୃତିକ ପରିଚୟ ସହିତ ଜାଣିଶୁଣି ହସ୍ତକ୍ଷେପ କରାଯାଉଛି। ଏହା ଭାରତୀୟ ସମ୍ବିଧାନର ‘ପ୍ରସ୍ତାବନା’ ର ମୌଳିକ ଉପାଦାନଗୁଡ଼ିକୁ ମଧ୍ୟ ଧ୍ୱଂସ କରୁଛି, ଯେଉଁଥିରେ ଏକ ସମାଜବାଦୀ, ଧର୍ମନିରେକ୍ଷ, ଗଣତାନ୍ତ୍ରିକ,ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃଭାବର କଥା କୁହାଯାଇଛି। ଭଙ୍ଗାରୁଜା ଏବଂ ଉପଦ୍ରବର ଏହି ଅପରାଧିକ କାର୍ଯ୍ୟ ଦେଶର ସାମାଜିକ ବାତାବରଣକୁ ନଷ୍ଟ କରିଦେଉଛି। ଏହା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪, ୧୫, ୨୧, ୨୫(୧) ୨୬, ୨୧ ଏବଂ ୨୯ ର ବିଭିନ୍ନ ବ୍ୟବସ୍ଥା ଅଧୀନରେ ମୌଳିକ ଅଧିକାରର ଉଲ୍ଲଂଘନ ଅଟେ। ଏହା କମ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଆମ ଆଦିବାସୀ ଙ୍କ ଜୀବନ ସୁରକ୍ଷିତ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିବା ଆମର କର୍ତ୍ତବ୍ୟ, ଯେହେତୁ ସରକାର ହେଉଛନ୍ତି ଗଣତନ୍ତ୍ରର ରକ୍ଷକ। ଆମେ ଆନ୍ତରିକତାର ସହ ଆଶା କରୁଛୁ ଯେ ଓଡ଼ିଶା ସରକାର ନ୍ୟାୟ, ସମାନତା, ଧର୍ମନିରପେକ୍ଷତା, ଧର୍ମୀୟ ସ୍ୱାଧୀନତା ଏବଂ ମାନବିକ ମର୍ଯ୍ୟାଦାର ସାମ୍ବିଧାନିକ ମୂଲ୍ୟବୋଧକୁ ରକ୍ଷା କରିବେ। ବୋଲି ଜିଲ୍ଲାପାଳଙ୍କ ଦ୍ବାରା ମାନ୍ୟବର ରାଷ୍ଟ୍ରପତି ଙ୍କୁ ଅନୁରୋଧ କରିଛନ୍ତି ,ଆଜି କେନ୍ଦୁଝର ସଦରମହକୁମା ପାଞ୍ଚ ଘଣ୍ଟା ବ୍ଯାପୀ ସ୍ଵତ ଭିଡ ଯୋଗୁ ଅଚଳ ହୋଇପଡ଼ିଥିଲା ,

