ରାଉରକେଲା ୧୯/୧୧,(ଉତ୍କଳ ସମାଚାର) ଓଡ଼ିଶା ଝାଡଖଣ୍ଡ ସୀମାନ୍ତ ବର୍ତ୍ତି ସୁନ୍ଦରଗଡ ଜିଲ୍ଲା ବିଶ୍ରା ବ୍ଲକ୍ ଅନ୍ତର୍ଗତ ଉଡୁସୁ ଗ୍ରାମପଞ୍ଚାୟତ କଦମଟୋଲାରେ ରାଉରକେଲା ଇସ୍ପାତ କାରଖାନା ସିଏସ୍ଆର୍ ପାଣ୍ଠି ଦ୍ୱାରା ୧,୪୦,୦୦୦ ଟଙ୍କାରେ ନିର୍ମିତ ହୋଇଛି କମ୍ୟୁନିଟି ସେଣ୍ଟର୍। ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ରାଜେଶ ଦାସ ଗୁପ୍ତା ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ତଥା ବ୍ଲକ୍ ଚେୟାରମ୍ୟାନଙ୍କ ଉପସ୍ଥିତିରେ କମ୍ୟୁନିଟି ସେଣ୍ଟରକୁ ଉଦ୍ଘାଟନ କରାଯିବା ସହ ସ୍ଥାନୀୟ ସରପଞ୍ଚ ଦୂଲାରୀ ଖାଖାଙ୍କୁ ଏହି କମ୍ୟୁନିଟି ସେଣ୍ଟରକୁ ହସ୍ତାନ୍ତର କରାଯାଇଛି। ହି ଅବସରରେ ଶତାଧିକ ଗ୍ରାମବାସୀ ଢ଼ୋଲ ମାଦଲ ସହିତ ସାଂସ୍କୃତିକ ଗୀତ ପରିବେଷଣ କରି ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସ୍ଥାନୀୟ ଗ୍ରାମବାସୀମାନେ ରାଉରକେଲା ଇସ୍ପାତ କାରଖାନାରୁ ଆସିଥିବା ସମସ୍ତ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ତଥା ବ୍ଲକ୍ ଚେୟାରମ୍ୟାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।

