ସୁନ୍ଦରଗଡ଼,22//11,(ଉତ୍କଳ ସମାଚାର)ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାରେ ନିର୍ବାଚନୀ ସାକ୍ଷରତା କ୍ଲବ୍ମା ଧ୍ୟମରେ ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।ଏହି ପ୍ରତିଯୋଗିତା ଗୁଡ଼ିକ ଶିକ୍ଷାନୁଷ୍ଠାନ ସ୍ତର, ଜିଲ୍ଲାର ୭ ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତର ଏବଂ ଜିଲ୍ଲା ସ୍ତର ଭଳି ତିନୋଟି ପର୍ଯ୍ୟାୟରେ ଆୟୋଜିତ ହୋଇଥିଲା।ଯୁବ ତଥା ଭବିଷ୍ୟତର ଭୋଟରମାନଙ୍କ ମଧ୍ୟରେ ନିର୍ବାଚନୀ ସାକ୍ଷରତା ବୃଦ୍ଧି କରିବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିସହ ଏକ ଶୁଦ୍ଧ ଓ ତ୍ରୁଟିମୁକ୍ତ ଭୋଟର ତାଲିକାର ଗୁରୁତ୍ୱ ଏବଂ ନିର୍ବାଚନ ପ୍ରକ୍ରିୟାରେ ନୈତିକତା ଓ ଦାୟିତ୍ୱବୋଧ ସହ ଅଂଶଗ୍ରହଣ କରିବା ନେଇ ଯୁବପିଢ଼ିଙ୍କୁ ସଚେତନ କରାଯାଇଥିଲା। ଏହି ତିଯୋଗିତାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ଲେଖନୀ ଦକ୍ଷତା ଓ ସୃଜନଶୀଳତାର ପରିଚୟ ଦେଇଛନ୍ତି।ପ୍ରବନ୍ଧ ପ୍ରତିଯୋଗିତାରେ ଜଗାଙ୍ଗପୁରସ୍ଥିତ ଏସ୍.ଡି. ମହିଳା ମହାବିଦ୍ୟାଳୟର ମନ୍ତସା ଖାତୁନ୍, ସୁନ୍ଦରଗଡ଼ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରୀତି ପଲ୍ଲବୀ ମିଶ୍ର , ସରସ୍ୱତୀ ବିଦ୍ୟାମନ୍ଦିର, ସେକ୍ଟର-୬ର ସ୍ମୃତିଶ୍ରୀ ଜେନା, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏମ୍.ଏସ୍.ବି. ପଦ୍ମଜା, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ସଲୋନି ଶୁକ୍ଳା, ନିର୍ମଳା ଇଂଲିଶ ସ୍କୁଲର ତ୍ରିଶା ତନୟା ମହାନ୍ତି, ସରସ୍ୱତୀ ବିଦ୍ୟାମନ୍ଦିରର ମାନ୍ୟତା ସାହୁ ଏବଂ ପି.ଏସ୍. ଡିଗ୍ରୀ କଲେଜ, ଭେଡ଼ାବାହାଲର ସୀମା ନାଏକ, ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲର ଅନ୍ୱେଷା ବେହେରା, ସି. ଏ . ଏସ. ଟି, ବଣ୍ଡାମୁଣ୍ଡାର ମନୀଷା ଟପ୍ପୋ ଏବଂ ଓଭି, ତେଲିପୋଷର ସାନୁ କୁମାର ଝା କୃତି ହୋଇଛନ୍ତି।ସେହିଭଳି କୁଇଜ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଗୁଡିକ ହେଲେ ପ୍ରାଞ୍ଜଳ ମହାପାତ୍ର,ସେଣ୍ଟ ଥେରେସା ଇଂଲିଶ ସ୍କୁଲ, ବିପିନ କିଷାନ,ସରକାରୀ ୟୁ.ଜି.ଏଚ୍.ଏସ୍., ଝାରପାଲମ, ତନ୍ମୟ ଦାସ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା, କୃତିକା ସାହୁ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା,ଆୟୁଦ୍ଧ ପଟ୍ଟନାୟକ,ସେଣ୍ଟ ପଲ୍ସ ସ୍କୁଲ, ନିକୁଞ୍ଜ ଗର୍ତ୍ତିଆ, ନିର୍ମଳ ମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭାଲୁଲତା,ପ୍ରିନ୍ସ କୁସୁମା | ଓ.ଏ.ଭି., ତେଲିପୋଷ, କୁଆରମୁଣ୍ଡା, ଆଦ୍ୟା ଓକାଡେ | ଦିଲ୍ଲୀ ପବ୍ଲିକ୍ ସ୍କୁଲ, ସେକ୍ଟର-୧୪,ମାନସ ଆପଟ, ଲେଫ୍ରିପଡ଼ା ଡିଗ୍ରୀ କଲେଜ, ଭାଚା ମାସ୍କାରା, ଡାଲମିଆ ବିଦ୍ୟା ମନ୍ଦିର, ରାଜଗାଙ୍ଗପୁର ।
