ପାପଡାହାଣ୍ଡି:22/11/26:(ଉତ୍କଳ ସମାଚାର)ରିଖରେ ଗୁମିଦୋର ଗ୍ରାମରେ ଅଷ୍ଟପ୍ରହରୀ ପାଇଁ ତୁଳସୀ ପୂଜନ ଓ ଗଙ୍ଗା ଆବାହନ କରାଯାଇଛି l ଏହି ଉତ୍ସବ ରେ ମୁଖ୍ୟ ପୁରୋହିତ ଶ୍ରୀମାନ ଆୟୁଷ ତ୍ରିପାଠୀ, ପୁରୁଷୋତ୍ତମ ସତପତି ଓ ସୌମ୍ୟ ରଞ୍ଜନ ତ୍ରିପାଠୀ ଉପସ୍ଥିତଥିଲେ l କର୍ତା ଭାବେ ଲକ୍ଷ୍ମଣ ନାୟକ ଓ ସତ୍ୟ ଗୁରୁ ଙ୍କ ଉପସ୍ଥିତ ରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ନାମ ଶଙ୍କିତ୍ତର୍ନ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଯାତ୍ରା ରେ ଗ୍ରାମର ଆବାଳ ବୃଦ୍ଧ ବନିତା ଭାଗ ନେଇ ଗ୍ରାମ ପରିକ୍ରମା କରିଥିଲେ l ତାପରେ ସନ୍ଧ୍ୟା ରେ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା ଓ କାଲି ସକାଳ 6ଟା ରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବ l ଗୁମିଦୋରା ଗ୍ରାମ ତରଫରୁ ଅଷ୍ଟପ୍ରହରୀ ଆରମ୍ଭ ରୁ ଶେଷ ପଯ୍ୟନ୍ତ ଅନ୍ନଯଜ୍ଞଚାଲିବ ବୋଲି ଗ୍ରାମ ବସି କହିଛନ୍ତି l

