ସମ୍ବଲପୁର,୨୫/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ବୁର୍ଲାବାସୀଙ୍କ ଭାବାବେଗ ସହ ଜଡ଼ିତ କେନାଲ ଉପରେ ଦ୍ୱିତୀୟ ବ୍ରିଜ୍ ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ପ୍ରତିବାଦ ଆରମ୍ଭ ହୋଇଛି। ବୁର୍ଲାର ନାଗରିକମାନେ କେନାଲ ବ୍ରିଜ୍ ଉପରେ ବ୍ୟାନର ଧରି ପ୍ରଶାସନ ପ୍ରତି ନିଜର କ୍ଷୋଭ ପ୍ରକାଶ କରିଥିଲେ।ବ୍ରିଜ୍ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ଦାବି କରିବା ସହ ଏଥିରେ ଆଉ ବିଳମ୍ବ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ପ୍ରଶାସନକୁ ଚେତାବନୀ ଦେଇଥିଲେ।ଏହି ପ୍ରତିବାଦରେ ବିଶାଖୁ କଲେତ, ତ୍ରାହିକର ଡୁଙ୍ଗରି, ପ୍ରଦୀପ ମିଶ୍ର, ସଞ୍ଜୟ ଗୌଡ଼, ବିଭୀଷଣ ଭିସାର, ହେମନ୍ତ ସୁନା, ଶିବ ଦଳେଇ, ମନରଞ୍ଜନ ପଟନାୟିକ, ଗକୁଳି ରାଉତ, ସନ୍ତୋଷ ରାଉତ, ଆଶିଷ ପାଞ୍ଚବିହାର, ସୁଧୀର ବାରିକ, ପପୁ ସ୍ୱାଇଁ, ସୃଷ୍ଟି ବଂଛୋର, ଜୟନ୍ତ ବଂଛୋର, ବାପି ପଣ୍ଡା, ମନ କାଣ୍ଡ, ରାଜୁ ଭଗତ, ପରମା ସୁନା, ରେଶବ ପଞ୍ଚବିହାର, ବୁଲୁ ପାଣିଗ୍ରାହୀ, ଅନିଲ ସୁନା, ନସୀମ, ଲଭଲି ନାଗ, ଜୋତିକିରଣ ସୁନା, ଅଶୋକ କଲେତ, ଶେଷଦେବ କଲେତ, କଲା ନାଗ, ସୁରେଶ ଦାଶ, ଜଗନ୍ନାଥ ରାଓ, ଗଣେଶ ରାଓ, ଅଜିତ ମହାନନ୍ଦ ଓ ବାଦଲ ସୁନାଙ୍କ ସମେତ ଅନେକ ନାଗରିକ ସାମିଲ ହୋଇଥିଲେ।

