ରାଉରକେଲା ୨୫/୧୧,(ଉତ୍କଳ ସମାଚାର) କାର୍ତ୍ତିକ ମାସ ଅବସରରେ, ଦେଓଗାଁର ତରକେରା ସ୍ଥିତ ଶ୍ରୀ ଧବଳେଶ୍ୱର ମହାଦେବ ଶିବ ମନ୍ଦିର ଟ୍ରଷ୍ଟ ଦ୍ୱାରା ଅଷ୍ଟପ୍ରହରୀ ନାମ ଯଜ୍ଞ ଏବଂ କୀର୍ତ୍ତନ ଆୟୋଜନ କରାଯାଇଥିଲା। ଏହି ଅବସରରେ ମନ୍ଦିର କମିଟି ଦ୍ୱାରା ଏକ ବିଶାଳ ପ୍ରସାଦ ସେବନ ମଧ୍ୟ ଆୟୋଜନ କରାଯାଇଥିଲା। ମନ୍ଦିର ପରିସରକୁ ରଙ୍ଗୀନ ଆଲୋକ ଏବଂ ଫୁଲରେ ସଜାଯାଇଥିଲା। ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ରବି ଦେହୁରୀଙ୍କ ସମେତ ଅନିରୁଦ୍ଧ ସ୍ୱାଇଁ, ମୁଖ୍ୟ ପୂଜକ ବିରଞ୍ଚି ଦେହୁରୀ, ଜଗନ୍ନାଥ ଦେହୁରୀ, ଅରୁଣ ତ୍ରିପାଠୀ, ଶଙ୍କର୍ଷଣ ନାୟକ ଏବଂ ଅନ୍ୟାନ୍ୟ ପଣ୍ଡିତମାନେ ରୀତିନୀତି ଅନୁଯାୟୀ ପୂଜା କରିଥିଲେ। ଅଷ୍ଟପ୍ରହରୀ କୀର୍ତ୍ତନ ପାଇଁ ସମ୍ବଲପୁର, ବାମରା ସମେତ ଦେବଗଡ଼ରୁ କୀର୍ତ୍ତନ ପାର୍ଟି ଡକାଯାଇଥିଲା। ଆଜି ସମାପନ ଦିବସରେ ଦହି ହାଣ୍ଡି ଏବଂ ନଗର କୀର୍ତ୍ତନ ଆୟୋଜନ କରାଯାଇଥିଲା। ଦେଓଗାଁ ଫର୍ଟିଲାଇଜର, ରାଉରକେଲା, ପାନପୋଷ ବେଦବ୍ୟାସରୁ ଶହ ଶହ ଭକ୍ତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସେହିପରି ରାଉରକେଲା ସହର ସମେତ ଇସ୍ପାତ ସହରାଞ୍ଚଳରେ ବିଭିନ୍ନ ମନ୍ଦିରରେ ଅଷ୍ଟପ୍ରହରୀ କୀର୍ତ୍ତନ ଏବଂ ପ୍ରସାଦ ସେବନ ଆୟୋଜନ କରାଯାଇଥିଲା।

