ସମ୍ବଲପୁର,୨୬/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା, ଗବେଷଣା, ନିଯୁକ୍ତି ଓ ଭବିଷ୍ୟତ କ୍ୟାରିୟର ଗଠନରେ ଦିଗ୍ଦର୍ଶନ ଦେବା ଉଦ୍ଦେଶ୍ୟରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍ ପକ୍ଷରୁ ନାରାୟଣୀ ପଣ୍ଡା ରିସର୍ଚ୍ଚ ସେଣ୍ଟରଠାରେ ଏକଦିବସୀୟ କ୍ୟାରିୟର ପରାମର୍ଶ କାର୍ଯ୍ୟଶାଳା ଆୟୋଜିତ ହୋଇଥିଲା।କାର୍ଯ୍ୟଶାଳାରେ ହିଣ୍ଡାଲକୋର ପୂର୍ବତନ ଯୁଗ୍ମ ସଭାପତି ତଥା KLSFର ପୂର୍ବତନ CEO ଇଞ୍ଜିନିୟର ସୁଶାନ୍ତ କୁମାର ଗୁରୁ ଓ ଆଇଆଇଏମ୍ ସମ୍ବଲପୁରର ସହକାରୀ ପ୍ରଫେସର ଡ. ସୁଜିତ କୁମାର ପ୍ରୁସେଠ୍ ବକ୍ତା ଭାବେ ଯୋଗଦେଇ ଦକ୍ଷତା, ଆତ୍ମବିଶ୍ୱାସ, ନିଷ୍ଠା, ଶୃଙ୍ଖଳା ଓ ସମୟର ସଦୁପଯୋଗ ଦ୍ୱାରା ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ।କୁଳସଚିବ ସନତ କୁମାର ନାଏକ ଓ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ପାର୍ଥସାରଥୀ ମଲ୍ଲିକ ମଧ୍ୟ ଉଦ୍ବୋଧନ ଦେଇଥିଲେ। ପ୍ରଫେସର ବିଜୟଲକ୍ଷ୍ମୀ ପାଣିଗ୍ରାହୀ ସ୍ୱାଗତ ଭାଷଣ, ଡ. ସସ୍ମିତା ପତି ଅତିଥି ପରିଚୟ ଓ ସୁମନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

