ସମ୍ବଲପୁର,୨୬/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ବାଲ୍ୟ ବିବାହ ରୋକିବା ଓ ଏହାର ନିରାକରଣ ପାଇଁ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଆଜି ବାଲ୍ୟ ବିବାହ ପ୍ରତିରୋଧ ଅଧିକାରୀମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଶ୍ରୀମତୀ ସରିତା ଦାସ, ପ୍ରୋଗ୍ରାମ ଅଫିସର କମ୍ ପ୍ରୋଟେକସନ୍ ଅଫିସର, ସ୍ୱାଗତ ଭାଷଣ ଦେଇଥିବାବେଳେ ଭାରପ୍ରାପ୍ତ ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସରୋଜ ବେହେରା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହ ରୋକିବାରେ ସମସ୍ତଙ୍କ ଦାୟିତ୍ୱ ଓ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଡିଏସ୍ପି ଶ୍ରୀମତୀ ତାରାବତୀ ପ୍ରଧାନ ବାଲ୍ୟ ବିବାହ ନିରୋଧରେ ପୋଲିସର ଭୂମିକା ସମ୍ପର୍କରେ ତଥ୍ୟ ରଖିଥିଲେ।ତାଲିମଦାତା ଭାବେ ଜିଲ୍ଲା ସଂଯୋଜିକା, ଏଡ୍ ଆଟ୍ ଆକ୍ସନ୍ ଶ୍ରୀମତୀ ସୁନୀତା ତ୍ରିପାଠୀ ଲ୍ୟ ବିବାହ ନିରୋଧ ଆଇନ-୨୦୦୬ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ହବ୍ ବାଲ୍ୟ ବିବାହ ମୁକ୍ତ ଭାରତର ଜିଲ୍ଲା ସଂଯୋଜକ ଛୋଟେଲାଲ ସାହୁ ବାଲ୍ୟ ବିବାହ ମୁକ୍ତ ଭାରତ ପୋର୍ଟାଲ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲର ୱାର୍ଡେନ୍ ଓ ମେଟ୍ରନ୍ମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ହବ୍ର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ। ଶେଷରେ ହବ୍ର ଜେଣ୍ଡର ସ୍ପେସାଲିଷ୍ଟ ଶ୍ରୀମତୀ ସୁଚରିତା ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

