କେନ୍ଦୁଝର,26//11,(ଉତ୍କଳ ସମାଚାର): ଭାରତୀୟ ଜୀବନବୀମା ନିଗମ କେନ୍ଦୁଝର ଶାଖା ୫୩ ତମ ଜନ୍ମଦିନ ପାଳନ କରିଛି । ମଣ୍ଡୁଆ ସ୍ଥିତ ଏଲଆଇସି ଅଫିସ ପରିସରରେ ସମସ୍ତ ଅଧିକାରୀ, କର୍ମଚାରୀ, ବିମାଧାରକ ଓ ଏଜେଣ୍ଟଙ୍କ ଗହଣରେ କେନ୍ଦୁଝର ଶାଖାର ୫୩ ତମ ଜୟନ୍ତୀ ମହା ସମାରୋହରେ ପାଳନ କରାହୋଇଛି। ଏହି ଅବସରରେ ଭାରତୀୟ ଜୀବନବୀମା ନିଗମ କେନ୍ଦୁଝର ଶାଖାର ଶାଖା ପରିଚାଳକ ଶକ୍ତି ପ୍ରସାଦ ମିଶ୍ର, ସହକାରୀ ଶାଖା ପରିଚାଳକ ଶୁଭବ୍ରତ ନାଏକଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ମାନେ କେକ୍ କାଟି ଶାଖାର ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦୁଝର ଶାଖାର ସମସ୍ତ ଅଧିକାରୀ, କର୍ମଚାରୀ ଓ ଏଜେଣ୍ଟ ମାନଙ୍କୁ ଜୀବନବୀମାର ଗୁରୁତ୍ବ ଓ ମହତ୍ଵ ବିଷୟରେ ଶାଖା ପରିଚାଳକ ସଚେତନ କରିବା ସହ ବକ୍ତବ୍ୟ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ୧୯୭୪ ମସିହା ନଭେମ୍ବର ୨୪ ତାରିଖରେ କେନ୍ଦୁଝର ସହରରେ ଭାରତ ସରକାରଙ୍କ ତରଫରୁ ଭାରତୀୟ ଜୀବନବୀମା ନିଗମ କାର୍ଯ୍ୟାଳୟ ଖୋଲା ଯାଇ ସେବେଠାରୁ କେନ୍ଦୁଝର ବାସୀଙ୍କୁ ବୀମାର ସମସ୍ତ ସୁବିଧା ଓ ସେବା ଯୋଗାଇ ଆସୁଛି। ସେହି ଦିନଠାରୁ କେନ୍ଦୁଝରର ସାଧାରଣ ଲୋକଙ୍କ ହାତ ପାଆନ୍ତାରେ ଜୀବନବୀମା କିଣିବା ସହ ବୀମା ସମ୍ବନ୍ଧୀୟ ସମସ୍ତ ସୁବିଧା ଉପଲବ୍ଧ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶାଖାର ବରିଷ୍ଠ ଅଧିକାରୀ ଭାସ୍କର ଚନ୍ଦ୍ର ପରିଡା, ଗୌତମ ନାଏକ, ଗୋପାଳ ନାଏକ, ପ୍ରାଣବନ୍ଧୁ ନାଏକ, ଲକ୍ଷ୍ମୀଧର ନାଏକ, ସମସ୍ତ ବିକାଶ ଅଧିକାରୀ, ଶାଖା କର୍ମଚାରୀ ସଂଘ ସମ୍ପାଦକ ଖଗେଶ୍ୱର ବେହେରା, ସତ୍ୟବ୍ରତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
