ରାଉରକେଲା :12//12,(ଉତ୍କଳ ସମାଚାର) ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପୃଷ୍ଠପୋଷକତା ଏବଂ ଆରଏସପି ଆନୁକୂଲ୍ୟରେ ‘ଏକତ୍ର’ ରାଉରକେଲା ଦ୍ୱାରା ଆୟୋଜିତ ତୃତୀୟ ଇସ୍ପାତ ନାଟ୍ୟ ମହୋତ୍ସବର ଦଶମ ସନ୍ଧ୍ୟାରେ ସ୍ଥାନୀୟ ସିଭିକ୍ ସେଣ୍ଟର ଠାରେ ନାଟ୍ୟାନୁଷ୍ଠାନ ପ୍ରୟାସ ତରଫରୁ ନାଟକ ସୂର୍ଯ୍ୟୋଦୟ ପୂର୍ବେ ମଂଚସ୍ଥ ହୋଇଯାଇଛି । ନାଟକର କାହାଣୀ ହେଉଛି ଫକୀର ମୋହନଙ୍କ “ଡାକ ମୁନସୀ” ର ଚରିତ୍ର ଗୋପାଳ ଭଳି ଚରିତ୍ର ଯୁଗେଯୁଗେ ଆମ ସମାଜ ରେ ଦେଖା ଦିଅନ୍ତି ଓ ମନେ ପକାଇ ଦିଅନ୍ତି ଡାକ ମୁନସୀର ଚରିତ୍ର ମାନଙ୍କୁ । ତେବେ ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ନାଟକ ସୂର୍ଯୋଦୟ ପୂର୍ବେରେ ସମସ୍ୟା ଓ ସମାଧାନ ଉଭୟକୁ ଉପସ୍ଥାପନା କରାଯାଇଛି । ଗୋପାଳର ଭିନ୍ନ ରୂପ ଶାନ୍ତନୁକୁ ଆପଣ ନାଟକରେ ଦେଖିବାକୁ ପାଇବେ । ସନ୍ତାନ ଦ୍ବାରା ପ୍ରତାଡିତ ପିତା- ମାତାଙ୍କ ଜୀବନର ଏହି ଘୋର ଅନ୍ଧକାର ରାତିର ସୂର୍ୟୋଦୟ କେମିତି ହୋଇଛି, ତାକୁ ନେଇ ଗତିଶୀଳ ହୋଇଛି ନାଟକ। ନାଟକର ନାଟ୍ୟକାର ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନା, ନିର୍ଦ୍ଦେଶକ ଭାବେ ପ୍ରଫୁଲ୍ଲ ଚନ୍ଦ୍ର ସେଠି, ସଂଗୀତ ରେ ସୁଶାନ୍ତ ଦଳାଇ, ଦୀନେଶ ନନ୍ଦ, ମଞ୍ଚ ସଜ୍ଜା ରେ ରମେଶ ସାହୁ, ସ୍ମାରକ ସହଯୋଗ କରିଥିଲେ। ଅଭିନୟରେ ଜୟନ୍ତ ମହାପାତ୍ର, ଶୁଭେନ୍ଦୁ ସାମଲ, ରାଜେଶ ରାୟ, ପ୍ରଫୁଲ୍ଲ ଚନ୍ଦ୍ର ସେଠି, ନିବେଦିତା ଜେନା, ସନ୍ତୋଷିନୀ ବାରିକ, ଗଙ୍ଗାଧର ରାଉତ, ଅଭିଳାଷ ସାହୁ, ବିଶ୍ବଜିତ ଦାଶ, ରାମଚନ୍ଦ୍ର ଗୌଡ଼,ଅମିଶା ମିଶ୍ର, ଲକ୍ଷ୍ମୀ ନାରାୟଣ ପ୍ରଧାନ ପ୍ରମୁଖ ଅଭିନୟ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଗଙ୍ଗା ଜେନା ସଭାପତିତ୍ବ କରିଥିଲାବେଳେ ମୁଖ୍ୟଅତିଥି ଭାବେ ଆରଏସପି ର ପ୍ରାକ୍ତନ ଇଡି ପ୍ରଦୀପ କୁମାର ସାହୁ ଯୋଗ ଦେଇ କହିଲେ ଯେ,ମନୁଷ୍ୟ ଜୀବନର ଅଭିବୃଦ୍ଧିରେ ନାଟକ ର ଏକ ଗୁରୁତ୍ୱ ପୁର୍ଣ ଭୁମିକା ରହିଛି l ଉଦଘାଟକ ଭାବେ ରିମସ ର ଅଧକ୍ଷା ଶ୍ରୀମତୀ ନଳିନୀପ୍ରଭା ପଟ୍ଟନାୟକ ଓ ମୁଖ୍ୟ ଦର୍ଶକ ଭାବେ ଚିନ୍ମୟ ବିଦ୍ୟାଳୟ ର ପ୍ରିନସିପାଲ ଶର୍ମିଷ୍ଠା କବି ଶତପଥି, ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ ମୁଖପାତ୍ର ଧିରେନ ସେନାପତି ଯୋଗଦେଇଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ନାଟକ ଆମ ସାମାଜିକ ଜୀବନ ସହ ସାମଞ୍ଜସ୍ୟ ରଖୁଥିବାରୁ ଏହା ଅଧିକ ଆଦୃତ ହୋଇ ପାରୁଛି। ସେହିପରି ଭାଷା, ସାହିତ୍ୟ, ପରମ୍ପରା ଓ ସଂସ୍କାର ପାଇଁ ନାଟକ ଉପଯୋଗୀ ବୋଲି ମତ ରଖିଥିଲେ। ପ୍ରସନ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଝିଲିମା ମହାନ୍ତି ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଏକତ୍ର ପକ୍ଷରୁ ,ଡ଼ା କୃପାସିନ୍ଧୁ ନାୟକ, ରାଜୀବ ପାଣି,ଡ ସମର ମୁଦାଲି, ପ୍ର. ପ୍ରଭାତ କୁମାର ମଲ୍ଲିକ, ବିଜୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଳୟ ଶତପଥୀ, ପ୍ରଦୀପ କୁମାର ନାୟକ, ପ୍ରଜ୍ଞାନନ୍ଦ ମହାନ୍ତି, ଅକ୍ଷୟ ଧଳ, ନିରୁପମା ପତି, ଆଲୋକ ବୋଷ, ଡ଼ ସୁମନ ଦତ୍ତ, ପ୍ରବୀର ଜେନା ପ୍ରମୁଖ ସହଯୋଗ କରିଥିଲେ।ଏହି ଅବସରରେ ନାଟକ ର ନିର୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ସେଠିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପ୍ରୟାସ ଅନୁଷ୍ଠାନ ର ଗବେଷଣା ଧର୍ମୀ ନାଟ୍ୟ ପତ୍ରିକା ‘ପୂର୍ବରଙ୍ଗ ‘ ର ଲୋକନାଟକ ବିଶେଷଙ୍କ କୁ ଅତିଥି ମାନେ ଲୋକାର୍ପଣ କରିଥିଲେ l

