ସୁନ୍ଦରଗଡ଼,19//12,(ଉତ୍କଳ ସମାଚାର): ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କ ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତର ଆଜି ଦ୍ୱିତୀୟ ଦିବସରେ ଜଳ ସମ୍ପଦ ବିଭାଗର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହିତ ବିଭାଗୀୟ ଅଧିକାରୀ ମାନଙ୍କ ନେଇ ସମୀକ୍ଷା ମଧ୍ୟ କରିଥିଲେ। ଏହି ଅବସରରେ ରାଉରକେଲା ସ୍ଥିତ ହମିରପୁର ଏବଂ ସୁନ୍ଦରଗଡ଼ ସ୍ଥିତ କୁଡ଼ାବଗା ଓ କୋପସିଂହା ଠାରେ ନିର୍ମାଣଧିନ ଥିବା ବ୍ୟାରେଜ ଗୁଡ଼ିକର ପରିଦର୍ଶନ କରି ଏହାର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏହି ଅବସରରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ସମୀକ୍ଷା କରିବା ସହିତ ପ୍ରକଳ୍ପ କାର୍ଯ୍ୟନ୍ୱୟନ ସଂସ୍ଥାକୁ ସମୟ ସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉନ୍ନୟନ କମିଶନରଙ୍କ ଏହି ଗସ୍ତ ସମୟରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ମହାନଦୀ ବେସିନ, ବୁର୍ଲାର ମୁଖ୍ୟ ଯନ୍ତ୍ରୀ ଶ୍ରୀ ସୁଶିଲ କୁମାର ବେହେରା, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀ ଜ୍ୟୋତିର୍ମୟ ବେହେରା, ବ୍ରାହ୍ମଣୀ ବେସିନର ମୁଖ୍ୟ ଯନ୍ତ୍ରୀ ଶ୍ରୀ ହୃଦାନନ୍ଦ ମଲ୍ଲିକ ଓ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀ ଭଗବାନ ଦାସ, ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମତୀ ମୈତ୍ରେୟୀ ପରିଡ଼ା ତଥା ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

