ରାଉରକେଲା:19//12,(ଉତ୍କଳ ସମାଚାର) ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲର ୫୨ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଲେଙ୍କାଙ୍କ ସଂଯୋଜନା ଓ ସ୍କୁଲର ଅଧ୍ୟକ୍ଷା ମମତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଆରଏସପିର କାର୍ମିକ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ବିଶ୍ବରଂଜନ ପଲାଇ ମୁଖ୍ୟଅତିଥି,ବିଶ୍ରା ବ୍ଲକ ଶିକ୍ଷାଧିକାରୀ ସୁପ୍ରଭାତ କୁମାର ବେହେରା ସ୍ବତନ୍ତ୍ର ଅତିଥି, ଦୀପିକା ମହିଳା ସଂହତିର ଉପସଭାପତି ପ୍ରତିଜ୍ଞା ପଲାଇ ଓ ଆରଏସପିର ମହାପ୍ରବନ୍ଧକ ଅସୀମ କୁମାର ସାବତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅଧ୍ୟକ୍ଷା ଶ୍ରୀମତୀ ନାୟକ ସ୍ବାଗତ ଭାଷଣ, ସ୍କୁଲର ଲକ୍ଷ୍ୟ ଆଭିମୁଖ୍ୟ ତଥା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ସ୍କୁଲର ପରୀକ୍ଷା ଓ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସଭାପତି ଜ୍ୟୋସ୍ନା ପଟ୍ଟନାୟକ, କମିଟିର ନିର୍ଦ୍ଦେଶକ କ୍ଷିତିସ ଚନ୍ଦ୍ର ଉଦଗାଥା ଉପସ୍ଥିତ ଥିଲେ। ଏହି ଅବସରରେ ସାଗର ରିଦ୍ଦିମ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ନାୟକ ଧନ୍ଯବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

