ରାଉରକେଲା, 21/12/2025 -(ଉତ୍କଳ ସମାଚାର) ଛେଣ୍ଡ ସ୍ଥିତ ଜିଙ୍ଗଲ ବେଲ ଇଂଲିଶ ସ୍କୁଲ ର 20ତମ ବାର୍ଷିକ ଉତ୍ସବ ଶନିବାର ଦିନ ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଇସ୍ପାତ ସ୍ୱୟଂ ଶାସିତ କଲେଜର ପ୍ରାକ୍ତନ ରିଡର ଡ଼. ଅଶ୍ୱିନୀ କୁମାର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସେ ତାଙ୍କ ବକ୍ତବ୍ୟ ଅବସରରେ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିଥିବା ପୁଷ୍ପିତ କଳିକା ମାନଙ୍କୁ ସାଧୁବାଦ ଜଣାଇଥିଲେ l ପୂର୍ବ କାଳରେ ଉପନିଷଦ, ଗୁରୁକୁଳ ପରମ୍ପରା ପିଲାଙ୍କୁ ପ୍ରତିଷ୍ଠିତ କରିପାରିଥିଲା ବୋଲି କହିଥିଲେ l ସୁ ନାଗରିକ ହେବାପାଇଁ ପ୍ରତେକ ପିଲାକୁ ସୁସଙ୍ଗ ଓ ସାଧୁସଂଗତ ର ଆବଶ୍ୟକତା ରହିଛି l ଏଥିସହ ପିଲାମାନେ ନିଷ୍ଠା, ସଂଯମତା ସହନଶୀଳତା, ଓ ସଚ୍ଚୋଟତା ବଜାଇ ରଖିଲେ ଜୀବନରେ ସଫଳକାମୀ ହୋଇପାରିବେ ବୋଲି ଡ଼ ରାୟ କହିଥିଲେ lଅବସରପ୍ରାପ୍ତ ସ୍କୁଲ ଡିଆଇ ଶ୍ରୀମତୀ ରଶ୍ମିବାଳା ରାଉତରାୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ l ବିଭିନ୍ନ ଉଦାହରଣ ଛଳରେ ସେ କହିଲେ ଯେ, ଦେଶର ଅଗ୍ରଗତି ପଛରେ ମା’ ର ଭୂମିକା ଗୁରୁତ୍ୱପୁର୍ଣ l ଶିଶୁ ମାନଙ୍କ ଅଗ୍ରଗତି ପାଇଁ ଯତ୍ନ ଓ ପ୍ରେରଣା ଦରକାର l ମା’ ମାନେହିଁ ସେମାନଙ୍କର ଉପଯୁକ୍ତ ଯତ୍ନ ନେଇ ସଫଳ ବ୍ୟକ୍ତିତ୍ୱ ଭାବେ ଗଢି ତୋଳିବାକୁ ଆହ୍ୱାନ କରିଥିଲେ lୱାଇଏମଏଫଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ଆଜିର ଶିଶୁ ଆଗାମୀ ଦିନର ଭାବିଷ୍ୟତ l ସେମାନଙ୍କ ସ୍ବପ୍ନ, ଚିନ୍ତନ ଓ ଉଦ୍ୟମକୁ ସାକାର ରୂପ ଦେବାରେ ଅଭିଭାବକ ଓ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ l ପିଲାମାନେ ନିଷ୍ଠାବାନ, ଆତ୍ମବିଶ୍ଵାସି ଓ ସମୟାନୁବର୍ତ୍ତିତ ହେଲେ, ଆହ୍ୱାନର ମୁକାବିଲା କରି ଜୀବନରେ ସଫଳ ହେବେ ବୋଲି କହିଥିଲେ l ପ୍ରାରମ୍ଭରେ ରେ ସ୍କୁଲ ର ପ୍ରିନସିପାଲ ଶ୍ରୀମତୀ ଶେଫାଳି ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ ସହ ସ୍କୁଲ ର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ l ସ୍କୁଲ ପରିଚାଳନା କମିଟି ର ସେକ୍ରେଟାରୀ ଆଡ଼ଭୋକେଟ ଶରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମକୁ ସୁଶ୍ରୀ ଶିଭାଙ୍ଗି ପଣ୍ଡା ଓ କମଳ ଲୋଚନ ଗାରୁ ସଂଯୋଜନା କରିଥିଲେ l ଉଦ୍ଘାଟନୀ ଉତ୍ସବ ପରେ କୃତୀ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ଏହାପରେ ପିଲାମାନଙ୍କ ଦ୍ୱାରା ଚିତାକର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏଥିରେ ବହୁ ଛାତ୍ର ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ଦେବେନ୍ଦ୍ର ମହାରଣା,ଶାଳିନୀ ପଣ୍ଡା ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ l

