ରାଉରକେଲା:23//12,(ଉତ୍କଳ ସମାଚାର) ଫର୍ଟିଲାଇଜର ସ୍ଥିତ ଚିନ୍ମୟ ପବ୍ଲିକ ସ୍କୁଲର ୨୪ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସିଂ ଙ୍କ ଅଧ୍ୟକ୍ଷତା ଓ ଶିକ୍ଷୟିତ୍ରୀ ସଂଯୁକ୍ତା ତନ୍ତୀଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି,ଟାଙ୍ଗରପାଲୀ ଥାନା ପ୍ରଭାରୀ ନିରଞ୍ଜନ ସେଠୀ ସମ୍ମାନିତ ଅତିଥି, ସ୍ବତନ୍ତ୍ର ଅତିଥି ଭାବେ ଚିନ୍ମୟ ଏକାଡେମୀର ନିର୍ଦ୍ଦେଶକ ତ୍ରିନାଥ ଦାଶ ମୋହନୀ,ସହ ନିର୍ଦ୍ଦେଶକ ରାଜେଶ ଦାଶମୋହିନୀ, ସମ୍ପାଦକ ପ୍ରତିଭା ଦାଶ ମୋହିନୀ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ସୁବାସ ଚନ୍ଦ୍ର ପାତ୍ର,ଶୈକ୍ଷିକ ପ୍ରଶାସକ ନୃସିଂହ ପ୍ରସାଦ ପାତ୍ର, କୈଳାଶ ଚନ୍ଦ୍ର ଦାସ, ଅମିତାଭ ଠାକୁର ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟଅତିଥି ଶ୍ରୀ ରାଉତ ଶିକ୍ଷା ସହ କ୍ରୀଡା, ଶାରିରୀକ ଓ ମାନସିକ ସୁସ୍ଥତା ପାଇଁ କ୍ରୀଡାର ଆବଶ୍ୟକତା ସହ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ସେଠୀ କ୍ରୀଡା ସହ ଶୃଙ୍ଖଳା ଓ ସମାଜ ପ୍ରତି ଦାୟିତ୍ୱବୋଧ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଅତିଥି ମାନେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା, ଶାରିରୀକ କୈ।ଶଳ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। କ୍ରୀଡା ପ୍ରଶିକ୍ଷକ ରମାକାନ୍ତ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଶ୍ରୀକାନ୍ତ ବୁଡା, ନମିତା ସେନାପତି,ଦୀକ୍ଷା ଲେଙ୍କା, ଏମ୍ ମାର୍ଥା,ସୈ।ଦାମିନୀ ମହାକୁଲ,ଏସ କେ ଦାସ, ରଶ୍ମି ରାୟଗୁରୁ,ମେଘା ଦାସ, ବୀଣାପାଣି ସାହୁ, ବବିତା ମୁଦୁଲି,ଟି ଦାସ,ଏସ ସିଂହ, କଳ୍ପନା, ବିଜୟଲକ୍ଷ୍ମୀ ମିଶ୍ର,ଇରା ମହାନ୍ତି,ରିୟା ମହାନ୍ତି,ଏସ ସାହାଣୀ, ପ୍ରତିମା ଦେଓ, ନିବେଦିତା ମିଞ୍ଜ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟକ୍ଷ ଶ୍ରୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

