ରାଉରକେଲା:23//12,(ଉତ୍କଳ ସମାଚାର)ସେକ୍ଟର ୬ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୩ ତମ ବାର୍ଷିକ ଉତ୍ସବ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ମିତ୍ରଭାନୁ ପଣ୍ଡାଙ୍କ ସଭାପତିତ୍ବ ଓ ପ୍ରଧାନ ଆଚାର୍ଯ୍ୟ ସୁରେଶ କୁମାର ଶତପଥୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାଲ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ ସନାତନ ପ୍ରଧାନ ମୁଖ୍ୟଅତିଥି, ଓଡ଼ିଶା ଶିକ୍ଷା ବିକାଶ ସମିତି ପଶ୍ଚିମ ସଂଭାଗର ସମ୍ପାଦକ ତ୍ରିବିକ୍ରମ ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ମୁଖ୍ୟଅତିଥି ଡ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ ଯେ କେବଳ ପାଠ୍ୟ ପୁସ୍ତକରେ ସୀମିତ ନରହି ନିଜର ସାଂସ୍କୃତିକ, ଆଧ୍ୟାତ୍ମିକ ବିକାଶ କରିବା ଦରକାର। ଗୋଟିଏ ବିଦ୍ୟାଳୟକୁ ଭଲ ଭିତ୍ତିଭୂମି ସହ ଭଲ ପରିବେଶ ଦରକାର ଯାହା ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ଓ ଛାତ୍ରଛାତ୍ରୀଙ୍କୁ ସୁନାଗରିକ ଭାବେ ଗଢ଼ି ତୋଳିବାରେ ସହାୟକ ହେବ। ମୁଖ୍ୟବକ୍ତା ଶ୍ରୀ ଶତପଥୀ ତାଙ୍କ ବକ୍ତବ୍ୟରେ ଶିକ୍ଷା ସହ ଶାରୀରିକ ସୁସ୍ଥତା ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ପାଦକ କରୁଣାକର ପାଟ୍ଟଶାଣୀ ବାର୍ଷିକ ବିବରଣୀ ସହ ଶିକ୍ଷାର ମହତ୍ତ୍ୱ ସମ୍ପର୍କରେ ଓ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶତପଥୀ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଚିତ୍ରକଳା ପ୍ରଦର୍ଶନୀ କୁ ଅତିଥି ମାନେ ବୁଲି ଦେଖିଥିଲେ। ଏହି ଉତ୍ସବରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ,ନାଟକ ପରିବେଷଣ ଓ ବିଭିନ୍ନ କ୍ରୀଡା କୈ।ତୁକ ପ୍ରଦର୍ଶନ କରିଥିଲେ। ସେହିପରି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ସଂକୁଳ ପ୍ରମୁଖ ଗୋଦାବରୀଶ ଶତପଥୀ, ବ୍ରଜେନ୍ଦ୍ର ଦାଶ, ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା, ଅଭିଭାବକ ମାନେ ଉପସ୍ଥିତ ଥିଲାବେଳେ ବିଦ୍ୟାଳୟର ସର୍ବଶ୍ରୀ ଶ୍ୟାମସୁନ୍ଦର ସେଠୀ, ବିଭୁତି ସାମଲ , ସୁମିତ୍ରା ମିଶ୍ର, ଲଳିତା ବେହେରା, ମମତା ଜେନା, ପ୍ରତିଭା ସାହୁ, ଅର୍ପଣ ପଣ୍ଡା, ପୁଷ୍ପଲତା ବିଶ୍ବାଳ, ପ୍ରିୟଙ୍କା ସେଠୀ, ମାନସୀ ନାୟକ, ରେଖା ମହାନ୍ତି, ସଂଗୀତା ଦାସ, ସୁଜାତା ମହାନ୍ତି, ସବିତା ନନ୍ଦ, ମୋନାଲିସା ଦାସ, ବିଜୟଲକ୍ଷ୍ମୀ ବାରିକ, ସଂଗୀତା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

