କେନ୍ଦୁଝର :23//12,(ଉତ୍କଳ ସମାଚାର)କେନ୍ଦୁଝର ପୁରୁଣା ସହର ର ପୁରାତନ ଜିଙ୍ଗଲବେଲ ପ୍ଲେ ସ୍କୁଲ ର ପଞ୍ଚମ ବାର୍ଷିକ ଦୁଇଦିନିଆ କ୍ରୀଡା ଉତ୍ସବ ହାଟପଡିଆ ପ୍ଲେଗ୍ରାଉଣ୍ଡ ରେ ଅନୁଷ୍ଠିତ ହୋଇଯାଇଛି, ଦଶ ମିଟର ଦୌଡ଼, ରିବନ ରେସ, ମ୍ୟୁଜିକ ଚେୟାର, ଜିଲାବି ରେସ ଆଦି ଖେଳ ରେ ଶତାଧିକ କୁନି କୁନି ପିଲାମାନେ ଉତ୍ସାହ ର ସହିତ ଭାଗ ନେଇଥିଲେ, ସମସ୍ତ ପିଲାଙ୍କ ଅଭିଵାବକ ମାନେ ମଧ୍ୟ ସକ୍ରିୟ ଅଂଶ ଗ୍ରହଣ କରି ପିଲାଙ୍କୁ ଉତ୍ସହପ୍ରଦାନ କରିଥିଲେ, ଉଦଯାପନୀ ସମାରୋହ ରେ ବରିଷ୍ଠ ସାମ୍ବାଦିକ ଏଆରଖାନ ମୁଖ୍ୟ ଅତିଥିଭାବେ ଯୋଗଦେଇ କୁନି ପ୍ରତିଭା ମାନଙ୍କୁ ମେଡାଲ, ପ୍ରମାଣପତ୍ର ଦ୍ୱାରା ସମ୍ବର୍ଦ୍ଧିତ କରି ସେମାନଙ୍କ ସଫଳତା କାମନା କରିବା ସହିତ ଶିକ୍ଷୟତ୍ରୀ ମାନଙ୍କ ଉଦ୍ୟମ କୁ ପ୍ରଶଂସା କରିଥିଲେ, ଅଧ୍ୟକ୍ଷା ସର୍ବାଣି ମହାପାତ୍ର ସ୍ୱାଗତ ଭାଷଣ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ,ଶିକ୍ଷୟତ୍ରୀ ନିବେଦିତା ପଟ୍ଟନାୟକ, ଜୁଲି ପ୍ରଧାନ, ସୂଦୀପ୍ତା ଦାଶ, ମନୋଜ ମଞ୍ଜରୀ ଜେନା, ସୋନାଲି ଜେନା, କ୍ଷୀରବ୍ଧି ବଡ଼ପଣ୍ଡା, ସୋନାଲି ଅଧିକାରୀ କ୍ରୀଡା ସମାରୋହ ପରିଚାଳନା କରିଥିଲେ

