ରାଜଗାଙ୍ଗପୁର23/12/25:(ଉତ୍କଳ ସମାଚାର)(ମଙ୍ଗଳ ବାର)ରାଜଗାଙ୍ଗପୁର ଲୋକମହୋତ୍ସବ 16 ତମ ଝରଝରା ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଧି ଭାବେ ପଶ୍ଚିମାଞ୍ଚଳ ଡି ଆଇଜି ବ୍ରଜେଶ କୁମାର ରାୟ ଯୋଗ ଦେଇ ରାଜଗାଙ୍ଗପୁର ଙ୍କୁ ପ୍ରଂଶସା କରିବା ସହ ମହୋତ୍ସବ ର କମିଟି ଏବଂ ଆୟୋଜଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l ଅନ୍ୟତମ ଅତିଧି ଆର ଏଚ ଆଇ ମ୍ୟାଗ୍ନେସିଟା ରିଫ୍ୟାକ୍ଟରି ୟୁନିଟ ର ମୁଖ୍ୟ ଶ୍ରୀଯୁକ୍ତ ବୀରେନ୍ଦ୍ର ପ୍ରସାଦ ନବଦୃର୍ଗା ଗ୍ରୁଫ ଅଧକ୍ଷା ନିମିଷ ଗାଡୋଡିଆ ରାଉରକେଲା ଚେମ୍ବର ଅଫ କମର୍ସ ର ପୂର୍ବତନ ଅଧକ୍ଷ ସୁବ୍ରତ କୁମାର ପଟ୍ଟନାୟକ ଯୋଗଦେଇ ଥିଲେ l ପ୍ରାରମ୍ଭରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଉତ୍କଳ ଜନନୀ ଗାନ କରା ଯାଇଥିଲା ମୁଖ୍ୟ ଅତିଥି ସମ୍ମାନିୟ ଅତିଥି କମିଟି ସଦସ୍ୟ ଙ୍କ ଦ୍ଵାରା ମଞ୍ଚ ରେ ସ୍ଥାପିତ ପ୍ରଭୁ ଜଗନ୍ନାଥ ବିଗ୍ରହ ସମୁଖରେ ପ୍ରଦୀପ ପ୍ରଜ୍ଜଳନ କରି ଥିଲେ l ବିଭିନ୍ନ ସ୍କୁଲ ଏବଂ ଅନୁଷ୍ଠାନ ରୁ ଆସିଥିବା ଛାତ୍ର ଛାତ୍ରୀ କଳାକାର ଙ୍କ ଦ୍ଵାରା ରଙ୍ଗା ରଙ୍ଗ ସାଂକୃତିକ କାର୍ଯ୍ୟ କ୍ରମ ପରିବେଷଣ କରା ଯାଇ ଥିଲା l ମହୋତ୍ସବ କମିଟି ର ସାଧାରଣ ସମ୍ପାଦକ ଅଶୋକ କୁମାର ଦାସ କାର୍ଯ୍ୟକ୍ରମ ଉପରେ ଦର୍ଶକ ଙ୍କୁ ଅବଗତ କରାଯାଇଥିଲା ମହୋତ୍ସବ ର ସଭାପତି ଆନନ୍ଦ ଅଗ୍ରୱାଲ (ପପୁ ବାବୁ )ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଅବସର ପ୍ରାପ୍ତ ପ୍ରଫେସର ହିରନ ଲୁଗୁନ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ସମ୍ମାନୀୟ ଅତିଥି କମିଟି ସଦସ୍ୟ ମହୋତ୍ସବ ଉପରେ ସ୍ମରଣୀକା ଉନ୍ମୋଚନ କରା ଯାଇ ଥିଲା ସହ ଝୋଟି ଓ ରଙ୍ଗୋଲି କାର୍ଯ୍ୟକ୍ରମ ରେ ଉପକୃତ ଥିବା ମହିଳା ଏବଂ ଛାତ୍ରୀ ଙ୍କୁ ପୂରକୃତ ସହ ମାନପତ୍ର ପ୍ରଦାନ କରି ଥିଲେ l ଉଦଯାପନୀ ଉତ୍ସବ ର ମୁଖ୍ୟ ଆକର୍ଷଣ ଥିଲା କଲିକତା ରୁ ଆସିଥିବା ବଲିଉଡ ମେଲୋଢ଼ି ନାଇଟ ଓରେଞ୍ଜ ମ୍ୟୁଜିକଲ ଧମାକା ର କଳାକାର ଙ୍କ ଦ୍ଵାରା ସାଂସ୍କୃତିକ ପରିବେଷଣ କାର୍ଯ୍ୟକ୍ରମ ଏହି ଉଦ୍ ଯାପନ ଉତ୍ସବ ରେ କାର୍ଯ୍ୟ କାରୀ ସଭାପତି ଆଶଫକ ଅହମ୍ମଦ ଉପସଭାପତି ରମେଶ ଅଗ୍ରୱାଲ ଯୁଗ୍ମ ସଂପାଦକ ଅଜୟ କୁମାର ସାହୁ (ଗୋପନ ବାବୁ) ସାଂକୃତିକ ସମ୍ପାଦକ ରାଜେନ୍ଦ୍ର କୁମାର ବେହେରା ସୁଜାତା ଦାଶ ସଞ୍ଜିତା ମହାପାତ୍ର ଏହି ମହୋତ୍ସବ କୁ ସଂଚାଳନ କରିଥିଲେ l

