ରାଉରକେଲା:24//12,(ଉତ୍କଳ ସମାଚାର) ଜଗଦା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୦ତମ ବାର୍ଷିକ ଉତ୍ସବ ଭଞ୍ଜଭବନ ପ୍ରକ୍ଷାଳୟଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୂର୍ଯ୍ୟନାରାୟଣ ଦାସ ଙ୍କ ଆବାହକତ୍ୱ ଓ ସଭାପତି ଡ ସାମନ୍ତ କୁମାର ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି, ସଂକୁଳ ପ୍ରମୁଖ ଗୋଦାବରୀଶ ଶତପଥୀ ମୁଖ୍ୟବକ୍ତା, ସମ୍ପାଦକ ବୈଷ୍ଣବ ଚରଣ ମହାପାତ୍ର ଓ ସହ ସମ୍ପାଦକ କୃପାସିନ୍ଧୁ ବେହୁରିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ମୁଖ୍ୟ ଅତିଥି ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ ଶିଶୁ ର ଚରିତ୍ର ଗଠନ, ସର୍ବାଙ୍ଗୀନ ବିକାଶ ଓ ଶିକ୍ଷା ପ୍ରତି ପ୍ରତିବଦ୍ଧତା, ମାତୃଭାଷା ରେ ଶିକ୍ଷାକୁ ଗୁରୁତ୍ୱାରୋପ, ପ୍ଲାଷ୍ଟିକ ବର୍ଜନ କରିବା ସହ ବିଦ୍ୟାଳୟ ସହରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ମତ ରଖିବା ସହ ଚରିତ୍ର ଗଠନ ଓ ମାନବିକତା ଓ ସମସ୍ତଙ୍କୁ ସୁନାଗରିକ ହୋଇ ଦେଶ ମାତୃକାର ସେବା କରିବା ପାଇଁ ଆହ୍ବାନ ଦେଇଥିଲେ। ସଭାପତି ଡ଼ା ସାହୁ ଚରିତ୍ର ଗୁଣବତ୍ତା,ବୈ।ଦ୍ଧିକ ଆତ୍ମିକ ଜ୍ଞାନ ଓ ମାନବୀୟ ମୂଲ୍ୟବୋଧ ଉପରେ ବକ୍ତବ୍ୟ ରଖିଥିଲେ। ସମ୍ପାଦକ ଶ୍ରୀ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲାବେଳେ ସହ ସମ୍ପାଦକ ଶ୍ରୀ ବେହୁରିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥି ମାନେ ବିଦ୍ୟାଳୟର ମୁଖପତ୍ର ସଂଜୀବନୀ କୁ ଉନ୍ମୋଚନ କରିଥିଲେ। ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅଶୋକ କକ୍କଡ, ସୁଧାକର ରଥ, ଜନାର୍ଦ୍ଦନ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ଆଚାର୍ଯ୍ୟ କାଶୀନାଥ ପାଢ଼ୀ, ସୁଶାନ୍ତ ମଲ୍ଲିକ, ବବିତା ପାତ୍ର, ସନ୍ଧ୍ୟାରାଣୀ ଲେଙ୍କା, ସୁଚିତ୍ରା ଦର୍ଜି ପ୍ରମୁଖ ଗୁରୁଜୀ ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲାବେଳେ ବହୁସଂଖ୍ୟାରେ ଅଭିଭାବକ ମାନେ ଯୋଗଦେଇଥିଲେ।

