ଚନ୍ଦାହାଣ୍ଡି:30//12, ନରସିଂବାଘ(ଉତ୍କଳ ସମାଚାର) —ଆଜି ସୋମବାର ପୂର୍ବାହ୍ନ ୧୧ଟା ସମୟରୁ ଓଡ଼ିଶା ସାମାଜିକ ନିରାପତ୍ତା ପେନସନଧାରୀ ମହାସଂଘ, ଚନ୍ଦାହାଣ୍ଡି ବ୍ଲକ କମିଟି ପକ୍ଷରୁ ବ୍ଲକ ସଂପାଦିକା ସୁଶ୍ରୀ ପାର୍ବତୀ ଧୁରୁଆଙ୍କ ନେତୃତ୍ୱରେ ଏକ ବିଶାଳ ସଭାଜାତ୍ରା ଆୟୋଜିତ ହୋଇଥିଲା।ଚନ୍ଦାହାଣ୍ଡି ହାଟପଦା ଠାରୁ ଆରମ୍ଭ ହୋଇଥିବା ଏହି ସଭାଜାତ୍ରାରେ ପ୍ରାୟ ୫ ହଜାରରୁ ଅଧିକ ସାମାଜିକ ନିରାପତ୍ତା ପେନସନଧାରୀ ନିଜ ନିଜ ସମସ୍ୟାକୁ ନେଇ ଯୋଗଦେଇଥିଲେ। ସଭାଜାତ୍ରା ପରେ ପେନସନଧାରୀମାନେ ଚନ୍ଦାହାଣ୍ଡି ବିଡ଼ିଓଙ୍କୁ ଏକ ୬ ଦଫା ଦାବୀପତ୍ର ପ୍ରଦାନ କରିଥିଲେ। ଏହି ଦାବୀପତ୍ରଟି ବିଡ଼ିଓଙ୍କ ମାଧ୍ୟମରେ ମହାମହିମ ରାଜ୍ୟପାଳ ଓଡ଼ିଶା, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଏବଂ ଜିଲ୍ଲାପାଳ ନବରଙ୍ଗପୁରଙ୍କ ନିକଟକୁ ପଠାଯାଇଛି।ଏହି କାର୍ଯ୍ୟକ୍ରମରେ ଚନ୍ଦାହାଣ୍ଡି ବ୍ଲକର ୧୪ଟି ପଞ୍ଚାୟତର ପେନସନଧାରୀମାନଙ୍କ ସହ ମହାସଂଘର ବ୍ଲକ ସଭାପତି ସବିତା ନାଗ, ରାଜ୍ୟ ମୁଖ୍ୟ ଉପଦେଷ୍ଟା ଶ୍ରୀ ରାଜେଶ ଜାନି, ଘମେ ଗୌଡ, ଲଚେନି ଭୋଇ, ଝନକଦେଇ ମାଝୀ, ମହନ ମାଝୀ, ଗସ୍ତମ୍ ପୁଜାରୀ, ପିଲାବାଇ ମାଝୀ, ଦେବକୀ ନାଗ, ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ, ସେଶମଲ୍ ହରପାଲ, ଭାନୁମତୀ ମାଝୀ, କମଳା ମାଝୀ, ନୂଆଖାଉ ଭତରା, ଅଲେଖ କୁଲଦୀପ, ସମିତି ସଭ୍ୟ ସନ୍ତୋଷ ପଟ୍ଟନାୟକ, ଦାସ ସାଣ୍ଟା, ଧନମତୀ ଗୌଡ, ରମବତୀ ଘଇତା, ମଞ୍ଜୁଳା ମାଝୀ, ଜିଲ୍ଲା ସଙ୍ଗଠକ ଦେବରାଜ ନାଗ, ଦୟାନିଧି ସୁନା, ଜେମାଦେଇ ସୁନାନି, ଉର୍ମିଳା ସାହୁ, ସୂର୍ଯ୍ୟ ସନ୍ତା, ମୁକ୍ତା ଦଳାଇ ସହ ଅନେକ କର୍ମୀ ଉପସ୍ଥିତ ଥିଲେ।ମହାସଂଘର ୬ ଦଫା ମୁଖ୍ୟ ଦାବୀ —ସମସ୍ତ ପେନସନଧାରୀଙ୍କୁ ମାସିକ ୩୦୦୦ ଟଙ୍କା ପେନସନ ଦିଆଯାଉ।ପୂର୍ବଭଳି ହାତକୁ ହାତ ପେନସନ ଟଙ୍କା ପ୍ରଦାନ କରାଯାଉ।ପେନସନଧାରୀମାନଙ୍କୁ ମାସିକ ୨୦ କେଜି ଚାଉଳ ମାଗଣା ଦିଆଯାଉ।ସମସ୍ତ ପେନସନଧାରୀଙ୍କୁ ମାଗଣା ବିଦ୍ୟୁତ୍ ସୁବିଧା ଦିଆଯାଉ।ସମସ୍ତ ପେନସନଧାରୀଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ଯଥାଶୀଘ୍ର ବାସଗୃହ ମିଳୁ।ସମସ୍ତ ପେନସନଧାରୀଙ୍କୁ ସ୍ୱତନ୍ତ୍ର ପରିଚୟପତ୍ର ପ୍ରଦାନ କରାଯାଉ।ଏହି ସଭାରେ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଶ୍ରୀ ରାଜେଶ ଜାନି ସ୍ପଷ୍ଟ କହିଥିଲେ ଯେ, ଯଦି ରାଜ୍ୟ ସରକାର ଏହି ଦାବୀଗୁଡ଼ିକୁ ପୂରଣ ନ କରନ୍ତି, ତେବେ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲା ଓ ରାଜ୍ୟସ୍ତରରେ ଜୋରଦାର ଆନ୍ଦୋଳନ କରାଯିବ।

